Img 20240728 Wa0259

ସହାୟତା କାନ୍ଥକୁ ସହାୟତା ପ୍ରଦାନ, ଅଳିଆ ଗଦାରୁ ମୁକ୍ତ ହେଲା ସହାୟତା କାନ୍ଥ

State

ବାରିପଦା: ଆମେ ମୟୂରଭଞ୍ଜିଆ ସଂଗଠନ ର ଆହ୍ବାନ କ୍ରମେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ସହାୟତା କାନ୍ଥକୁ ସହାୟତା ପ୍ରଦାନ କରା ଯାଇଛି l ସହାୟତା କାନ୍ଥ ର ବ୍ୟବସ୍ଥା ଏକ ସୁନ୍ଦର ପରିକଳ୍ପନା ହୋଇ ଥିବା ବେଳେ ଏହାର ମହତ ଉଦ୍ଦେଶ୍ୟ ନ ବୁଝି ଏହାକୁ ଏକ ଅଳିଆ ଗଦାରେ ପରିଣତ କରି ଛାଡ଼ି ଦିଆ ଯାଇଥିଲା l ଫଳରେ ଏହି ସହାୟତା କାନ୍ଥ ତାର ଉଦ୍ଦେଶ୍ୟ ଠାରୁ ଦୂରେଇ ଯାଇ ସଧାରଣ ଜନତାଙ୍କ ବ୍ୟବହାର ଉପଯୋଗୀ ହୋଇ ପାରୁ ନଥିଲା l ଏହାକୁ ଉପଲବ୍ଧି କରି ଆମେ ମୟୂରଭାଞ୍ଜିଆ ସଂଗଠନ ର କର୍ମ କର୍ତ୍ତା ମାନେ ରବିବାର ସକାଳେ 9 ଟା ସମୟରେ ସହାୟତା କାନ୍ଥ ନିକଟରେ ପହଂଚି ମାଡ଼ି ଯାଇଥିବା ଲତା ଗୁଡ଼ିକୁ ପରିଷ୍କାର କରିବା ସହିତ ବ୍ୟବହାର ଉପଯୋଗୀ ଲୁଗା ପଟା ସାର୍ଟ ପ୍ୟାଣ୍ଟ୍ ଇତ୍ୟାଦିକୁ ବାଛି ସଜାଡି ରଖିବାକୁ ପ୍ରୟାସ କରିଥିଲେ l ସୋ ରୁମ୍ ରେ ସଜାଡି ରଖିବା ଭଳି ସେଠାରେ ଥିବା ଷ୍ଟିଲ ରେକ୍ ଏବଂ ଥାକ ଗୁଡିକରେ ଲୁଗା ପଟା ବେଶ୍ ଭଲ ଭାବେ ସଜାଡି ରଖିବା ସହିତ ସାର୍ଟ ପ୍ୟାଣ୍ଟ୍ କୁ ହ୍ୟାଙ୍ଗର ରେ ଟାଙ୍ଗି ଦେଇ ଥିଲେ l ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଅଳିଆ ଗଦା ଭଳି ଦିଶୁ ଥିବା ସହାୟତା କାନ୍ଥ ତାର ପୂର୍ବ ସ୍ଥିତି କୁ ଫେରି ଥିଲା l

ତେବେ ବ୍ୟବହାର ଅନୁପ ଯୁକ୍ତ ଲୁଗା ପଟା ଗୁଡ଼ିକ ସେଠାରେ ଅଳିଆ ହୋଇ ପଡ଼ି ରହିଥିବା ବେଳେ ସେଗୁଡିକୁ ମ୍ୟୁନିସିପାଲଟି ଗାଡ଼ି ସହାୟତାରେ ମଇଳା ଖଦାନ କୁ ପଠା ଯାଇଥିଲା l ଆମେ ମୟୂରଭଞ୍ଜିଆ ର ଅଧ୍ୟକ୍ଷ ସଂଜୟ କୁମାର ଚୌଧୁରୀ ଙ୍କ ଏହି ଅଭିନବ ଶ୍ରମ ସଂସ୍କାର କାର୍ଯ୍ୟକ୍ରମ ରେ ଡ଼ ବନଜା ମହାନ୍ତି, ଡ ପୁଷ୍ପା ପାତ୍ର, ଉଷା ଶତପଥୀ, ରେଣୁବାଳା ରଥ, କାବେରୀ ମିଶ୍ର, ସୁଧମୟୀ ଦାସ, ପ୍ରଣତୀ ଦାସ, ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ, ଆଡଦ୍ଭୋକେଟ କ୍ଷେତ୍ର ମୋହନ ପଣ୍ଡା, ତାପସ ପାଢ଼ୀ, କିଚକ ବେହେରା, ଜଗନ୍ନାଥ ସେଠୀ, ତାପସ ବେହେରା, ବିଭୂତି ଭୂଷଣ ଦାସ, ମନୋଜ ଦାସ , ସୋମନାଥ ସିଂ ଙ୍କ ସମେତ ଏମ୍ ପିସି ସ୍ଵୟଂ ଶାସିତ କଲେଜ୍ ର ଛାତ୍ର , ପୂର୍ଣ୍ଣ ଚନ୍ଦ୍ର ପୁର ଉ ପ୍ରା ବିଦ୍ୟାଳୟ ର ଛାତ୍ରଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ l ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ସହାୟତା କାନ୍ଥକୁ ପୁନର୍ଜୀବନ ଦେଇଥିବାରୁ ଆମେ ମୟୂର ଭଞିଆ ର ଏ ପ୍ରୟାସ କୁ ବିଭିନ୍ନ ମହଲରେ ପ୍ରଶଂସା କରା ଯାଇଛି l ଆଗକୁ ଏହାର ସଠିକ୍ ପରିଚାଳନା ପାଇଁ ସଚେତନତା ଜରୁରୀ ବୋଲି ମତ ପ୍ରକାଶ ପାଇଛି l