Onn 3

ବାରିପଦାରେ ସୁନେତ୍ର ପରୀକ୍ଷା ଶିବିର

State

ବାରିପଦା: ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ମିଳିତ ଆନୁକୁଲ୍ୟରେ ବାରିପଦା ଶିକ୍ଷା ବିଭାଗରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କର ୪ଗୋଟି ସ୍ଥାନରେ ସୁନେତ୍ର କାର‌୍ୟ୍ୟକ୍ରମ ମାଧ୍ୟମରେ ଚକ୍ଷୁ ପରୀକ୍ଷା କରାଯାଇଅଛି । ଗତ ତା ୦୬-୧୨-୨୦୨୩ ରଙ୍ଗଲାଲ ବିଦ୍ୟାପୀଠ, ୦୮-୧୨-୨୦୨୩ ଓଡିଶା ଆଦର୍ଶ ବିଦ୍ୟାଳୟ,ରାଣିଭୋଳ, ୧୧ ଓ ୧୨-୧୨-୨୦୨୩ ମହାରାଣୀ ପ୍ରେମ କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପିଲାମାନଙ୍କର ଚକ୍ଷୁ ପରୀକ୍ଷା କରଯାଇଥିଲା । ଉକ୍ତ ସ୍ଥାନ ଗୁଡିକରେ ୧୦୦୮ ଜଣ ପିଲା ଚକ୍ଷୁ ପରୀକ୍ଷା କରିବା ପାଇଁ ଧାର‌୍ୟ୍ୟ କରଯାଇଥିଲା, ସେଥିମଧ୍ୟରୁ ୧୦୦୭ ଜଣ ପିଲା ଚକ୍ଷୁ ପରୀକ୍ଷା କରିଥିଲେ । ସେଥିମଧ୍ୟରୁ ୪୨ ଜଣ ପିଲାଙ୍କୁ ଔଷଧ ପ୍ରଦାନ କରାଯାଇଥିବାବେଳେ ୪୦ ଜଣ ପିଲାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ପରାମର୍ଶ ଦିଆ ଯାଇଥିଲା ଓ ୩୦୦ ଜଣ ଛାତ୍ର ଛାତ୍ରୀ ଚଷମା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଚକ୍ଷୁ ଚିକିତ୍ସା ବିଭାଗର ବିଶେଷଜ୍ଞ ଜ୍ୟୋତ୍ସ୍ନା ସ୍ଵାଇଁ , ଜୟନ୍ତୀ ସ୍ଵର, ଅରୁଣ ସାହୁ, ଅବିନାଶ ବଚନ ଓ ନୂତନ ମହାନ୍ତ ପିଲାମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ ।

ସେହିପରି ଶିକ୍ଷା ବିଭାଗର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ରାଜ କିଶୋର ସେଠୀ, ଶ୍ରୀମତୀ ଗୀତିକା ବେହେରା, କଲ୍ୟାଣ ଆଶିଷ ଦାସ ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଲରାମ ମହାନ୍ତ, ବିକାଶ ଚନ୍ଦ୍ର ମଣ୍ଡଲ ଓ ତାପସ ନାୟକ ପ୍ରମୁଖ ପିଲାମାନଙ୍କର ସୂଚାରୁରୂପେ ଚକ୍ଷୁ ପରୀକ୍ଷା ନିମନ୍ତେ ସହଯୋଗ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ କାର‌୍ୟ୍ୟ।ଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ ମୋହନ ମୁର୍ମୁ , ସମ୍ବଳ ସାଧନ ଶିକ୍ଷକ ରେଖାରାଣୀ ଦାସ, ଦିଲୀପ କୁମାର ଦାସ ଓ ସ୍ୱାସ୍ଥ୍ୟ ବିଭାଗର ଡକ୍ଟର ଅଭିଜିତ ରାଉତଙ୍କ ପ୍ରତ୍ୟେକ ତତ୍ତ୍ବାବଧାନରେ ଶିବିର ଗୁଡିକ ପରିଚାଳିତ ହେଉଥିଲା । ଚକ୍ଷୁ ବିଶେଷଜ୍ଞ ଡକ୍ଟର ମିତା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷାଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକ ପ୍ରମୁଖ ପରିଦର୍ଶନ କରିଥଲେ ।