Onn 3

ଦ୍ଵିତୀୟ ଦିନରେ ପଟ୍ଟାବିହୀନ ବାସିନ୍ଦା ସଂଘର ଧାରଣା

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ୍ଯରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ରିଲେ ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି। ସମସ୍ତ ପଟ୍ଟାବିହୀନଙ୍କ ଘର ସର୍ଭେ ହୋଇ ଜମି ଅଧିକାର ପ୍ରମାଣ ପତ୍ର ଦେବା, ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ହିତାଧିକାରୀଙ୍କୁ ଏହା ଦେବା ଓ ସର୍ଭେ ସରିଥିବା ବାସିନ୍ଦାଙ୍କୁ ଏହା ଯଥାଶୀଘ୍ର ପ୍ରଦାନ ଦାବୀ ନେଇ ଏ ଗଣ ଧାରଣା ଦିଆଯାଉଛି।

ଯେଉଁମାନେ ଧରଣାରେ ବସିଥିଲେ ସେମାନଙ୍କ ମଧ୍ୟରୁ ପ୍ରମୁଖ ହେଲେ ସଂଘର ସଭାପତି ଶ୍ରୀ ନନ୍ଦ କୁମାର ମହାପାତ୍ର, ସାଧାରଣ ସମ୍ପାଦକ କାହ୍ନୁଚରଣ ବେହେରା, ମାର୍ଗଦର୍ଶକ ଗୋପବନ୍ଧୁ, ଯୁବନେତା ରାକେଶ ସିଂ, କାର୍ଯ୍ୟକାରୀ ସଭାପତି ରବି ଗୋସ୍ଵାମୀ, ସହ ସମ୍ପାଦକ କାଶୀନାଥ ମାହାନା, କୋଷାଧକ୍ଷ ଭାରତୀ ପାତ୍ର, ବରିଷ୍ଠ ସଂଗଠକ ଅମଲ ଦେ, ପ୍ରୀୟଜିତ ମଦିନା, ସୁକାନ୍ତ ଜେନା, ପ୍ରଫୁଲ୍ଲ ମହାନ୍ତି, ମହେଶ୍ଵର ବେହେରା, ପୂର୍ଣିମା ଦାସ।