Onn 3

ଅଜଣା ଗାଡି ଧକ୍କାରେ ୨ ମୃତ

Crime State

ପାରାଦୀପ: ପାରାଦୀପ-ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ନନ୍ପୁର ଛକରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଜୟଚନ୍ଦ୍ରପୁରର ରଜନୀକାନ୍ତ ନାଉରି ଓ ଭଣଜା ଜିତୁ ସ୍ୱାଇଁ ।

ଭୂତମୁଣ୍ଡାଇରୁ ଜୟଚନ୍ଦ୍ରପୁରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଉଭୟଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ। ମାର୍ଶାଘାଇ ଥାନାଧିକାରୀ ଏବଂ ମହାକାଳପଡା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।