Image 1716111066

ପାଣ୍ଡିଆନ ତାଙ୍କ ସୀମା ଭିତରେ ରୁହନ୍ତୁ: ଅପରାଜିତା

Politics State

ଭୁବନେଶ୍ୱର: ଆଜି କେନ୍ଦୁଝରରେ ଉଭୟ ରାଜ୍ୟ ଓ କେନ୍ଦ୍ର ନେତାଙ୍କ ପ୍ରଚାର ଜୋରଦାର ଚାଲିଛି। ଚଳଚଞ୍ଚଳ ରାଜନୀତି। ଉଭୟ ଦଳ ଉଭୟଙ୍କୁ ଟାର୍ଗେଟ୍ କରି ଜନତାଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଏହାରି ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ତଥା ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତାଙ୍କୁ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ମନ୍ତବ୍ୟ ବିରୋଧରେ ଆଜି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା କହିଛନ୍ତି “କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଔକାତ୍‌, ଦମ୍‌ ଶଦ୍ଦର ବ୍ୟବହାର ଠିକ୍‌ ନୁହେଁ। ପୂର୍ବତନ ଆଇଏଏସ୍ ଅଧିକାରୀ ପାଣ୍ଡିଆନ ବାବୁଙ୍କୁ ଏହା ଶୋଭା ପାଉନି। ପ୍ରଧାନମନ୍ତ୍ରୀଙ୍କୁ ସେ ନକରାତ୍ମକ ଟିପ୍ପଣୀ ଦେଉଛନ୍ତି। ଏଭଳି ନକରାତ୍ମକ ଟିପ୍ପଣୀ କରନ୍ତୁ ନାହିଁ । ସୀମା ଭିତରେ ରହି ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରନ୍ତୁ।” ଏପରି କହି ପାଣ୍ଡିଆନ ବାବୁଙ୍କୁ ଅପରାଜିତା ପରାମର୍ଶ ଦେଇଛନ୍ତି।

କେବଳ ଏତିକି ନୁହେଁ ଅପରାଜିତା ପାଣ୍ଡିଆନଙ୍କୁ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ସତ୍‌ସାହାସ ଅଛି ତ, ବିଜେଡିର ୧୨ ସାଂସଦଙ୍କ ରିପୋର୍ଟ କାର୍ଡ ରଖନ୍ତୁ। ଲୋକସଭାରେ କେବଳ ଭର୍ତ୍ତୃହରି, ଅନୁଭବ, ପିନାକିଙ୍କୁ ଛାଡ଼ିଦେଲେ ଆଉ କାହାକୁ ଦେଖୁନଥିଲି। ଏମାନଙ୍କୁ ବିଜେଡି ପୁରସ୍କାର ଦେଇଛି, ୩ ଜଣଙ୍କୁ ଟିକେଟ ମିଳିଲାନି। ତେଣୁ ଲୋକେ ଭାଜପାକୁ ହିଁ ଭୋଟ୍‌ ଦେବେ ବୋଲି ସ୍ଥିର କରିସାରିଛନ୍ତି ବୋଲି ଅପରାଜିତ କହିଛନ୍ତି।