Onn 3

୬ ଦିନ ପରେ ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା

State

 

image-2-9

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି । ତେବେ ନବଜାତ ଶିଶୁ ଟି ର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ତାକୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ଦୁଇ ଦିନ ପୂର୍ବେ ଶିଶୁ ଟି କୁ କ୍ଷୀର ଦିଆଯାଇଥିବା ବେଳେ ଏବେ ପେଟ ଫୁଲିବା ସହ ପବନ ଭର୍ତ୍ତି ହୋଇଥିବା କହିଛନ୍ତି ଡାକ୍ତର ।

ଶିଶୁ କନ୍ୟା ଟି ପ୍ରିମ୍ୟାଚୋର ବେବି ହୋଇଥିବାବଳେ ପୁଣି ବୋରଓ୍ବେଲ ଭିତରେ ଫିଙ୍ଗିବା ସମୟରେ ଲୁହା ରେ ମାଡ ହୋଇଥିଲା । ଯେଉଁକାରଣରୁ ତାର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତେବେ ଶିଶୁ ଟି ଆଠ ର ମାସ ବୋଲି ଜଣାପଡିଛି ।

ତେବେ ଗତ ୧୨ ତାରିଖ ଦିନ ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ କେହି ଜଣେ ନବଜାତ ଶିଶୁଟିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଜଙ୍ଗଲ ଦେଇ ଯାଉଥିବା ସ୍ଥାନୀୟ ବାସିନ୍ଦା ଶିଶୁଟିର ଚିତ୍କାର ଶୁଣି ତୁରନ୍ତ ପ୍ରଶାସନକୁ ଖବର ଦେଇଥିଲେ । ପରେ ପ୍ରଶାସନ ପକ୍ଷରୁ ସାତ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଏହି ନବଜାତ ଶିଶିୁ କନ୍ୟାଟିକୁ ଉଦ୍ଧାର କରାଯାଇଥିଲା । ଏବେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି ନବଜାତ ଶିଶୁକନ୍ୟା ।

ତେବେ ଶିଶୁ ଟି କୁ କିଏ ଓ କାହିଁକି ଏପରି ଫିଙ୍ଗିଦେଇଥିଲା ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିପାରିନଥିବାବେଳେ, ସେନେଇ ତଦନ୍ତ ଜାରି ରହିଛି ।