Onn 3

ବର୍ଷା ଋତୁ ରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ଜନିତ ପ୍ରାକୃତିକ ବିପର୍ଯୟ ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ

State

ବାରିପଦା: ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାକୃତିକ ବିପର୍ଯୟ ପରିଚାଳନା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସିଂ ଙ୍କ ପୌରହିତ୍ୟ ରେ ଏକ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ଏସ ଆରସି  ର ଡେପୁଟି ସେକ୍ରେଟାରୀ ଶ୍ରୀ ରବିନାରାୟଣ ବାରିକ, ବାରିପଦା ପୌର ପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ ଓ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ | ଉକ୍ତ ବୈଠକ ରେ ବର୍ଷା ଋତୁ ରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ଜନିତ ପ୍ରାକୃତିକ ବିପର୍ଯୟ ର ମୁକାବିଲା ନିମନ୍ତେ ବିପର୍ଯୟ ସମୟରେ ଜିଲ୍ଲା ସଦର ମହକୁମା ଓ ବ୍ଲକ ସଦର ମହକୁମା ରେ ଚବିଶ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯିବା, ଆଶ୍ରୟ ସ୍ଥଳୀ ଗୁଡିକରେ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇ ପ୍ରସ୍ତୁତ ରଖିବା, ଗମନା ଗମନା ପାଇଁ ବିକଳ୍ପ ରାସ୍ତା ଚୟନ, ପର୍ଯ୍ୟାପ୍ତ ପରିମାଣ ଶୁଖିଲା ଖାଦ୍ୟ ମହଜୁଦ ରଖିବା,ଆବଶ୍ୟକ ସଂଖ୍ୟକ ଡାକ୍ତରୀ ଟିମ ସହିତ ପର୍ଯ୍ୟାପ୍ତ ପରିମାଣ ର ଔଷଧ ମହଜୁଦ ରଖିବା, ଆବଶ୍ୟକୀୟ ଉପକରଣ ସହିତ ଓଡ୍ରାଫ୍ଟ ଟିମ କୁ ସଜାଗ ରଖିବା ଇତ୍ୟାଦି ବିଭିନ୍ନ ଦିଗ ଉପରେ ଦୃତିପାତ କରା ଯାଇ ବିଭିନ୍ନ ବିଭାଗ ର ପ୍ରାକ ପ୍ରସ୍ତୁତି ତଥା ଟେବୁଲ ଟପ ଏକ୍ସରସାଇଜ ସମ୍ଭନ୍ଧ ରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା |

ଏହି ପରିପ୍ରେକ୍ଷୀରେ ଜିଲ୍ଲା କୃଷି ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା, ଆର ଏଣ୍ଡ ବି, ଆର ଡି ଆଦି ବିଭାଗ ପାୱାର ପଏଣ୍ଟ ଉପସ୍ଥାପନା ଜରିଆରେ ବିଭାଗୀୟ ଟେବୁଲ ଟପ ଏକ୍ସରସାଇଜ ସମ୍ଭନ୍ଧ ରେ ଅବଗତ କରାଇଥିଲେ |ଏହି ଅବସରରେ ଏସ ଆର ସି ର ଡେପୁଟି ସେକ୍ରେଟାରୀ ଶ୍ରୀ ବାରିକ ରିଲିଫ କୋଡ଼ ରେ ଉଲ୍ଲେଖ ଥିବା ବିଭିନ୍ନ ସେକ୍ସନ ର ନିୟମନୀତି ଓ ବିପର୍ଯୟ ସମୟରେ ଏହାର ସଠିକ କାର୍ଯ୍ୟକାରିତା ଉପରେ ଯତ୍ନବାନ ହେବାପାଇଁ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇ କହିଥିଲେକି ବିପର୍ଯୟ ସମୟରେ ତୃଣ ମୂଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ଅଧିକାରୀ ଜଣେ ଜଣେ ବିପର୍ଯୟ ପରିଚାଳକ ଏବଂ ବିପର୍ଯୟ ପରିଚାଳନା ରେ ଓଡିଶା ଆଜି ବିଶ୍ଵବିଦିତ |ତେଣୁ ଆମ ସମସ୍ତଙ୍କ ମିଳିତ ଉଦ୍ୟମ ରେ ଆମେ ଏହାକୁ ମୁକାବିଲା କରିବାରେ ସକ୍ଷମ ହେବା |

ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ (ରାସ୍ତା ଓ ଗୃହ ନିର୍ମାଣ ), ବାରିପଦା ପମୁଖ ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ | ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ସୁଜୟ କୁମାର ପତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |