Onn 3

ନାବାଳିକା କୁ ଯୈାନ ନିର୍ଯ୍ୟାତନା ଅଭିଯୋଗରେ ଅଭିଯୁକ୍ତ କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ମୟୁରଭଞ ଜିଲା ମୋରଡା ଥାନା ଅଞ୍ଚଳରେ ଜନୈକା ୮ ବର୍ଷୀୟା ନାବାଳିକା କୁ ଯୈାନ ନିର୍ଯ୍ୟାତନା ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ବିଚାର କରି ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୈାରାଜଜ୍ ତଥା ବାରିପଦା ସ୍ପେଶିଆଲ କୋର୍ଟ ଆଣ୍ଡର ପକ୍ସୋ ଆକ୍ଟ ର ମାନ୍ୟବର ବିଚାରପତି ସୁମିତା ଜେନା ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ଚିତ୍ରଡା ଗ୍ରାମର ତାରାଶଙ୍କର ସାହୁ ଏଲିଏସ ଟୁଲୁ (୩୦) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୧୦ ଅଫ ପୋକ୍ସୋ ଆକ୍ଟ ଅନୁଯାୟୀ ୫ ବର୍ଷ ସଶ୍ରମ ଜେଲଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନେଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ପିଡୀତା ନାବାଳିକା ପିତା ଙ୍କ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ୧-୩-୨୦୨୨ ରିଖ ଦିନ ସକାଳ ୭.୩୦ ସମୟରେ ସିଏ ବଜାରକୁ କୈାଣସି କାମରେ ଯାଇଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ବାରିପଦାକୁ ଦିନ ମଜୁରିଆ କାମରେ ଯାଇଥିଲେ । ଘରେ ତାଙ୍କର ଏକମାତ୍ର ୮ ବର୍ଷର ଝିଅ ଏକୁଟିଆ ଥିଲା । ଦିନ ପାଖାପାଖି ଦଶଟା ସମୟରେ ତାଙ୍କ ଝିଅ ପାଖ ଏକ କଳରୁ ବୋତଲରେ ପାଣି ପୁରାଉଥିବା ସମୟରେ ଅଭିଯୁକ୍ତ ତାରାଶଙ୍କର ଆସି ଝିଅ କୁ ତାର ବାପା ମା କଥା ପାଚାରିଥିଲା ।

ସିଏ ଜାଣିବାକୁ ପାଇଲା ଝିଅ ଟି ଘରେ ଏକୁଟିଆ ଅଛି । ଏହାର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକା ର ପାଟିକୁ ଚିପି ଧରିବା ସହିତ ତାକୁ ଯୈାନ ନିର୍ଯ୍ୟାତନା ଦେଇଥିଲା । ଝିଅଟି କୈାଣସି ମତେ ସେଠାରୁ ଖସିଆସି ଟୁନି ନାମକ ଜଣେ ପାଖ ପୋଡଶୀ ଙ୍କୁ ଘରକୁ ଯାଇ ସବୁକଥା କହିଥିଲା । ଏହି ସମୟରେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା । ପୋଡଶୀ ଟୁନି ଏ କଥା ନାବାଳିକା ର ମାକୁ ଫୋନ ଯୋଗେ ଜଣାଇବାରୁ ତାର ପିତା ଖବରପାଇ ଘରକୁ ଆସି ଝିଅ ପାଖରୁ ସବୁକଥା ଜାଣିବାକୁ ପାଇଥିଲେ । ଏହାପରେ ନାବାଳିକାର ପିତା ଥାନାରେ ଉକ୍ତ ଘଟଣା ବିଷୟରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ମୋରଡା ଥାନାରେ କେସ ନମ୍ବର ୫୧/୧-୩-୨୦୨୨ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ଅନୁସନ୍ଧାନ କରି ଆସାମୀ କୁ ଉକ୍ତ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆସାମୀ ୧-୩-୨୦୨୨ ରିଖ ପାଖରୁ ଗିରଫ ହୋଇ ୧୭-୧-୨୦୨୩ ପର୍ଯ୍ୟ୍ୟନ୍ତ ବାରିପଦା ସର୍କଲ ଜେଲ ରେ ବିଚାରାଧିନ କଏଦୀ ଭାବେ ଥାଇ ଜାମିନରେ ମୁକୁଳିଥିଲା । ପୁଣି ୨୨-୨-୨୦୨୩ ରିଖ ପାଖରୁ ଆଜି ପର୍ଯ୍ୟନ୍ତ ବାରିପଦା ସର୍କଲ ଜେଲ ରେ ବିଚାରାଧିନ କଏଦୀ ଭାବେ ରହିଆସୁଅଛି । ପୁଣି ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୧ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।