Onn 3

ଭଂଜପୁର ଥାନା ପରିସରରେ ନିମ ଚାରା ରୋପଣ

State

ବାରିପଦା: ଭଂଜପୁର ଥାନା ପରିସରରେ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ଆନୁକୂଲ୍ୟରେ ନିମ ଚାରା ରୋପଣ କରାଯାଇଛି I ଭାରପ୍ରାପ୍ତ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି, ସବ ଇନ୍ସପେକ୍ଟର ମାନସ କୁମାର ମଲ୍ଲିକ ଓ ସାବିତ୍ରୀ ଦଳେଇଙ୍କ ସମେତ ସୁତାର ମହାନ୍ତ, ମାସା ମୁର୍ମୁ, ଦୀପ୍ତାଂଶୁ କୁମାର ଦାସ, ଅଞ୍ଜନା ବେହେରା ଓ ଚନ୍ଦ୍ର ମୋହନ ଦଳେଇ ଏବଂ ନିମ ପରିବାରର ବିମ୍ବାଧର ସାହୁ, ଅଜିତ କବାଟ, ଡ଼ଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ସର୍ଦ୍ଦାର ପପୁ ସିଂହ, ମାନସ ବାଗ ଓ ଭାସ୍ବତୀ ପଣ୍ଡା ପ୍ରମୁଖ ମିଶି ନିମ ଚାରା ରୋପଣ କରିଥିଲେ I

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନକୁ ଲକ୍ଷ୍ୟ କରି ଗ୍ଲୋବାଲ ନିମ ପ୍ଲାଣ୍ଟେସନ ବର୍ଷ ବର୍ଷ ଧରି ବିଦ୍ୟାଳୟ, ମହାବିଦ୍ୟାଳୟ, ମନ୍ଦିର ଓ ବିଭିନ୍ନ ଅନୁଷ୍ଠାନ ପରିସରରେ ଚାରା ରୋପଣ କରିବା ସହ ସଚେତନତା କାର୍ଯ୍ୟକ୍ରମ ମାନ କରିଆସୁଅଛି I