Onn 3

ଦଳରୁ ବିଦା ହେଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା

State

mla

ଭୁବନେଶ୍ଵର: ଦଳରୁ ବିଦା ହେଲେ ୨ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା । ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଗଣମାଧ୍ୟମ ସମ୍ମୁଖରେ ବହିଷ୍କାର ନେଇ ନବୀନ । ପୂର୍ବରୁ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ବାଦ୍ ଦିଆଯାଇଥିଲା ।

ଦଳର ବର୍ତ୍ତମାନ ପରିଚାଳନା ବ୍ୟବସ୍ଥାକୁ ନେଇ ସୌମ୍ୟ ଲଗାତର ପ୍ରଶ୍ନ ଉଠାଉଥିଲେ । ଦଳରେ ୫ଟି ସଚିବଙ୍କୁ ଅତ୍ୟଧିକ ଗୁରୁତ୍ଵ କାହିଁକି ଦିଆଯାଉଛି ବୋଲି ଲଗାତାର ପ୍ରଶ୍ନ ଉଠାଉଥିଲେ । ଉପସଭାପତି ପଦରୁ ବାଦ୍ ଦିଆଯିବା ପରେ ଦଳ ପକ୍ଷରୁ ତାଙ୍କୁ ଏଭଳି ଦଳ ବିରୋଧି ମନ୍ତବ୍ୟ ଦେବାରୁ ବିରତ ରହିବାକୁ ପରୋକ୍ଷରେ ଚେତାବନୀ ଦିଆଯାଇଥିଲା । କିନ୍ତୁ ସୌମ୍ୟ ଏହି ପ୍ରସଙ୍ଗରେ ଲଗାତାର ଆକ୍ରମଣ ଜାରି ରଖିଥିଲେ । ଏପରିକି ଏହି ଘଟଣା ପରେ ସୌମ୍ୟଙ୍କ ପରିଚାଳିତ ଗଣମାଧ୍ୟମ ସଂସ୍ଥା ଉପରେ EOW ଚଢାଉ କରାଯାଇଛି । ବ୍ୟାଙ୍କ ଠକେଇ ନେଇ ସୌମ୍ୟଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

ସେହିପରି ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ ବିରୋଧରେ ଆର୍ଥିକ ଅନୀୟମିତତା ଅଭିଯୋଗ ରହିଛି । ଯାହାର ତଦନ୍ତ ଭିଜିଲାନ୍ସ କରୁଛି । ଉଭୟଙ୍କୁ ଜନ-ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଗଲା ବୋଲି ଦଳର ସଭାପତିଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ରିଲିଜରେ କୁହାଯାଇଛି ।