Onn 3

ସୁଭଦ୍ରା ମହତାବ କଲେଜରେ କଳା ଶକ୍ତି ଓ କଳା ପଦାର୍ଥ ଶୀର୍ଷକ ଆଲୋଚନାଚକ୍ର

State

ନିଶ୍ଚିନ୍ତକୋଇଲି : ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ କଳା ଶକ୍ତି ଓ କଳାପଦାର୍ଥ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ମହମ୍ମଦ ସକିଲଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଶର୍ମିଷ୍ଠା ବେହେରା , ସମ୍ମାନୀତ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ଡ଼ଃ.ରମାନାଥ ସାହୁ ପ୍ରମୁଖ ଯୋଗ ଦେଇ କଳାଶକ୍ତି ଓ କଳାପଦାର୍ଥର ବ୍ୟାପକ ବ୍ୟବହାର ର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ ।

ଏହାପରେ ପଦାର୍ଥ ବିଜ୍ଞାନ ବିଭାଗରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଭାଗୀୟ ଅଧ୍ୟାପକ ବିଜୟ କୁମାର ପରିଡ଼ା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲାବେଳେ ବିଷୟ ବିଶେଷଜ୍ଞ ଅଧ୍ୟାପିକା ଶର୍ମିଷ୍ଠା ବେହେରା ସ୍ୱରଚିତ ସର୍ନ୍ଧଭ ପାଠ କରିଥିଲେ । ଏଥିରେ ପ୍ରାଧ୍ୟାପକ ପଦାରବିନ୍ଦ ବିଶ୍ୱାଳ, ପ୍ରଧ୍ୟାପକ ବିରଞ୍ଚିନାରାୟଣ ପଣ୍ଡା, ଅଧ୍ୟାପକ ସୁଧିର କୁମାର ଦାସ, ରଶ୍ମୀରଂଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପକ ପ୍ରତୀକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।