Onn 3

ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ୧୫୩ ତମ ଜୟନ୍ତୀ ଉତ୍ସବ, ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କୁ ଭଞ୍ଜଗୌରବ ଉପାଧି ପ୍ରଦାନ

State

ଗୌରବ ଦିବସରେ ଶିଶୁ ଉଦ୍ୟାନ ବ୍ୟାଣ୍ଡ ଷ୍ଟାଣ୍ଡ ରେ ଶିଶୁ ପ୍ରତିଭା ବିଜେତା ସମାବେଶ

ବାରିପଦା: ବୀର ବାଦ୍ୟର ତାଳେତାଳେ ସମବେତ କଣ୍ଠରେ ସଭିଙ୍କ ମୁଖରେ ଉଚ୍ଚାରିତ ହେଉଥିଲା କାନ୍ତ କବି ଲକ୍ଷ୍ମୀ କାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ମୟୂରଭଞ୍ଜ ର ଜାତୀୟ ସଙ୍ଗୀତ ‘ମୋର ଏଇ ଭଞ୍ଜ ଭୂମି ମୋର ମହାରାଜା ଜନ୍ମେ ଜନ୍ମେ କରୁ ଥିବି ମୁଁ ଏ ଦୁହିଁଙ୍କୁ ପୂଜା ‘l ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ତଥା ନବୋତ୍କଳ ର ନବ ନିର୍ମାତା ମୟୂରଭଂଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ଉତ୍ସବକୁ ବେଶ୍ ଧୁମ ଧାମ୍ ରେ ଗୌରବ ଦିବସ ଭାବେ ଆମେ ମୟୂରଭଞ୍ଜିଆ , ବାରିପଦା ପୌରପରିଷଦ ଏଵଂ ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀ ପକ୍ଷରୁ ମିଳିତ ଭାବେ ପାଳନ କରାଯାଇଥିଲା l ବାରିପଦା ର ଶିଶୁ ଉଦ୍ୟାନ ପରିସରରେ ଥିବା ଐତିହାସିକ ବ୍ୟାଣ୍ଡଷ୍ଟାଣ୍ଡରେ ପ୍ରଜାନୁରଞ୍ଜକ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୫୩ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ମୟୂରଭଞ୍ଜର ବରପୁତ୍ର ତଥା ଓଡିଶାର ପ୍ରଥମ ଫଟୋ ସାମ୍ବାଦିକ, ବ୍ୟଙ୍ଗ କଥା ଶିଳ୍ପୀ, ଲିପି ସଂସ୍କାରକ, ରଥମିସ୍ତ୍ରୀ, ଫିଲ୍ମ ଅଭିନେତା ଏବଂ ବସ୍ତୁବିତ୍ ଭାବେ ପରିଚିତ ବିଶିଷ୍ଟ ଫଟୋ ଗ୍ରଫର୍ ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣୀ ଙ୍କୁ ଭଞ୍ଜ ଗୌରବ ଉପାଧି ପ୍ରଦାନ କରାଯାଇଥିଲା l ଶ୍ରୀଯୁକ୍ତ ବିନ୍ଧଣୀ ଙ୍କୁ ବ୍ୟଣ୍ଡ ବାଦନ ତାଳେ ତାଳେ ବ୍ୟାଣ୍ଡ ଷ୍ଟାଣ୍ଡକୁ ସସମ୍ମାନେ ପାଛୋଟି ଅଣାଯାଇ ସେଠାରେ ତାଙ୍କୁ ଅଙ୍ଗବସ୍ତ୍ର ସହିତ ଦଶ ହଜାର ଏକଶହ ଏକ ଟଙ୍କା, ଉପାଧି ସୂଚକ ମୋମେଣ୍ଟୋ ଏବଂ ଶିଳ୍ପୀ ବତ୍ସଲା କୁଅଁର ଙ୍କ ଦ୍ଵାରା ଆଉ ଏକ ସ୍ବତନ୍ତ୍ର ମୋମଣ୍ଟ ପ୍ରଦାନ କରା ଯାଇଥିଲା l ସରସ୍ଵତୀ ଶିଶୁ ମନ୍ଦିର ତୁଳସୀ ଚୌରା ର ପିଲାମାନେ ଘୋଷ ବାଦନ କରିଥିଲେ l କୁନି ଶିଳ୍ପୀ ସାଇ ପ୍ରକାଶ ଜେନା ଅର୍ଗନ୍ ବାଦନ କରିଥିଲେ l

ସକାଳ ସାଢେ଼ ୯ଟା ରୁ କାର୍ଯ୍ଯ କ୍ରମ ଆରମ୍ଭ ହୋଇ ସଂଧ୍ୟାରେ ଉଦଯାପନୀ ଉତ୍ସବ ଏବଂ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା, ମହାରାଜା ଶ୍ରୀରାମଚନ୍ଦ୍ରଙ୍କର ପୋଟ୍ରେଟ ଅଙ୍କନ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ଭୂମିକା ଶୀର୍ଷକରେ ପ୍ରବନ୍ଧ ପ୍ରତିଯୋଗିତା, ନବୋତ୍କଳର ନବ ନିର୍ମାତା ମହାରାଜା ଶ୍ରୀରାମ ଚନ୍ଦ୍ର ଶୀର୍ଷକରେ ବକ୍ତୃତା ପ୍ରତିଯୋଗିତା ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରଥମେ କୁନି କଳାକାର ଆୟୂକ୍ତା ତ୍ରିପାଠୀଙ୍କ ଭକ୍ତିନିବେଦନ ପୂର୍ବକ ସୁନ୍ଦର ନୃତ୍ୟରେ ଆରମ୍ଭ ହୋଇ ଶେଷ ରେ ରାତି ସାଢେ ଆଠଟା ରେ ସମବେତ ନୃତ୍ୟରେ କାର୍ଯ୍ୟକ୍ରମ ସାରିଥିଲା l ଏହି ଅବସରରେ ହିମାଦ୍ରୀତନୟା ଚୌଧୁରୀ, ଜି କିରଣ ତେଜସ୍ଵିନୀ, ଓମ୍ ଶୁଭମ୍ ମାଇତି ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ l ନୃତ୍ୟଗୁରୁ ବର୍ଣ୍ଣ ରୂପା ମହାନ୍ତିଙ୍କ ନିର୍ଦ୍ଦେଶନା ରେ ହରିହର କଳା ମନ୍ଦିର ଏବଂ ରୂପସୀ ମୟୂରଭଂଜ ର କଳାକାର ଙ୍କ ଦ୍ଵାରା ଝୁମର୍ ନୃତ୍ୟ ଏବଂ ପ୍ରଖ୍ୟାତ ଗୀତିକାର ସଂଗ୍ରାମ ମହାନ୍ତିଙ୍କ ରଚିତ ଆମ ଶିମିଳିପାଳ ଗୀତରେ ନୃତ୍ୟ ପରିବେଷଣ କରିଥିଲେ l ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀ ର ଅଧ୍ୟକ୍ଷ ତଥା ପୌରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆମେ ମୟୂରଭଞ୍ଜିଆ ର ଅଧ୍ୟକ୍ଷ ତଥା ପ୍ରମେୟ ର ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଡ ଅଦିତ୍ୟ ପଟ୍ଟନାୟକ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବାରିପଦା ପୌରପରିଷଦ ର ଉପାଧ୍ୟକ୍ଷ ସୀମା ଦାସ ଯୋଗ ଦେଇ ଏହି ଗୌରବଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରି ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ଗୁଣ ଗାନ କରିଥିଲେ l ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଆକାଶ ବାଣୀ ବାରିପଦାର ଘୋଷିକା ରେଣୁବାଳା ରଥ, ସ୍କୁଲ୍ ଅଫ୍ ଆର୍ଟ ଏଣ୍ଡ କ୍ରାଫ୍ଟ ର ନିର୍ଦ୍ଦେଶିକା ପ୍ରଣତୀ ପଟ୍ଟନାୟକ, ଚିତ୍ର ଶିଳ୍ପୀ ନିବେଦିତା ମହାନ୍ତ, ଡ ବନଜା ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ସିଂହ, ପ୍ରିତିସୂଧା ତ୍ରିପାଠୀ, ବସନ୍ତ ଦତ୍ତ, ଅମିତାଭ ମିଶ୍ର, ଡ ତରୁଣ କୁମାର ଓଝା, ଚିତ୍ର ଶିଳ୍ପୀ ପଦ୍ମଲୋଚନ ଗିରି, ଶିକ୍ଷକ ବିଶ୍ୱେଶ୍ୱର୍ ଦ୍ବିବେଦୀ, ଶିକ୍ଷକ ସୋମନାଥ ସିଂ ପ୍ରମୁଖ ପ୍ରତିଯୋଗୀ ଙ୍କ ପ୍ରତିଭାର ମୂଲ୍ୟାଙ୍କନ କରିଥଲେ l ଏହି ଅବସର ରେ କଣ୍ଠ ଶିଳ୍ପୀ ଭାରତୀ ବେବର୍ତ୍ତାଙ୍କୁ ମୋହିନିମୋହନ ପଣ୍ଡା ସମ୍ମାନ ରେ ସମ୍ମାନୀତ କରାଯାଇଥିଲା ବେଳେ ଫୋଟୋଗ୍ରାଫି ପାଇଁ ଅନନ୍ତ ବାଗ ଙ୍କୁ, ସଙ୍ଗୀତ ପାଇଁ ହିମାଦ୍ରୀ ତାନୟା ଏବଂ ଶୁଭମ୍ ମାଇତି ଙ୍କୁ , ସୂକ୍ଷ୍ମ କା ରୁ କଳା ପାଇଁ ବାତ୍ସଲା କୁଆଁରଙ୍କୁ, ପ୍ରଦାନ କରା ଯାଇଥିବା ବେଳେ ଶିଶୁ ମହୋତ୍ସବ ରେ ଚାମ୍ପିଅନ ହୋଇଥିବା ସତ୍ୟପ୍ରକାଶ ପତି, ଜି କିରଣ ତେଜସ୍ଵୀନୀ, ଯସ୍ମିନ ସତପଥି ଏବଂ ପୁଲଙ୍କିତା ଦାଶ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରା ଯାଇଥିଲା l ସେପଟେ ଗୌରବ ଦିବସ ଅବସରରେ ଆୟୋଜିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ପୂର୍ବରୁ ହୋଇଥିବା ପୂଚି ଖେଳ ଓ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା l ବିଭିନ୍ନ ପ୍ରତିଯୋଗିତାରେ ଶତାଧିକ ପିଲା ଭାଗ ନେଇ ଥିବା ବେଳେ ଦିବସ ବ୍ୟାପି ଏହି କାର୍ଯ୍ୟକ୍ରମ ରେ ଶିଶୁ ଉଦ୍ୟନ୍ ରେ ଦର୍ଶକ ଙ୍କ ଗହଳି ଲାଗି ରହିଥିଲା l ଏହି ଅବସର ରେ ବାରିପଦା ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଙ୍କ ସହିତ ପୌର ପରିଷଦର କାଉନସିଲର ବନ୍ଧୁ ମାନେ ଉପସ୍ଥିତ ଥିଲେ l ବିଶିଷ୍ଟ ପରିବେଶ ବିତ ଅମିତାଭ ପଟ୍ଟନାୟକ, ବରିଷ୍ଠ ଆଇନ ଜିବୀ କ୍ଷେତ୍ର ମୋହନ ପଣ୍ଡା, ଆର୍କି ଟେକ୍ଟ ମନୋଜ କୁଅଁର, ପ୍ରଭାତ ସାହୁ, ବିପ୍ଳବ ଦାଶ, କୀଚକ ବେହେରା, ମନୋଜ ଦାଶ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଙ୍କ ସହଯୋଗ ରେ ଗୌରବ ଦିବସ ମହା ସମାରୋହରେ ପାଳିତ ହୋଇଥିଲା l