Onn 3

ଫଳକରେ ସୀମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ : ଅବଧି ସରିବାର ବର୍ଷେ ପରେବି ରାସ୍ତା ନିର୍ମାଣ ସରୁନି

State

ଆଗରପଡ଼ା  (୧୩/୭) :  ସରକାର ଗ୍ରାମାଚଂଳରେ ବସବାସ କରୁଥିବା ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିୟୋଜିତ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଏଥିରେ କୌଣସି ସଫଳତା ମିଳିପାରୁନଥିବା ଜଣାପଇଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଆଗରପଡ଼ା ସ୍ଥିତ ନିର୍ମଳପୁର ଠାରୁ ଆଡ଼ିଆ-ଗଣିଜାଙ୍ଗ ଡ଼ିଷ୍ଟ୍ରିବ୍ୟୁଟର କେନାଲ ରୋଡ଼ ଭାୟା ଧାନଘର, ନୂଆପୋଖରୀ, ପନ୍ଦାଡ଼ୋ, ବାଲିଆ, ଓଲଡ଼ାଙ୍ଗ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ ।

ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ନିର୍ମାଣ ଅବଧି ଶେଷ ହେବାପରେ ମଧ୍ୟ ମାଟି ବେସରେ ସୀମିତ ଅଛି ରାସ୍ତା ନିର୍ମାଣ । ଏଥି ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବାପରେ ମଧ୍ୟ ଅଦ୍ୟାବଧି କିଛି ସୁଫଳ ପାଇ ପାରିନାହାନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ;ଉକ୍ତ ୫କିମି ୨ଶହ ମିଟର କଂକ୍ରିଟ ଓ ପିଚୁ ରାସ୍ତା ନିର୍ମାଣ ପାଇଁ ୨୬୩.୨୪ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ବର୍ଷ ୨୦୨୧ ଅକ୍ଟୋବର ମାସ ୫ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ବର୍ଷ ୨୦୨୨ ଜୁଲାଇ ମାସ ୪ ତାରିଖରେ ଉକ୍ତ ରାସ୍ତା ନିର୍ମାଣ ଶେଷ ହେବା କଥା । ମାତ୍ର ଠିକାଦାରଙ୍କ ମନୋମୁଖୀ ଭାବ ଯୋଗୁଁ ଅବଧି ସରିବାର ବର୍ଷେ ପରେବି ଏହି କାର୍ଯ୍ୟ ହେବାରେ ଅହେତୁକ ବିଳମ୍ବ ଘଟୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ମାଟି ବେସ ହେବା ଯୋଗୁଁ ଜିଛିଦିନ ହେବ ବର୍ଷା ଲାଗି ରଡିଥିବାରୁ ପାଣି ନିଷ୍କାସନ ହୋଇନପାରି ଜମି ରହୁଛି । ଯଦ୍ୱାରା ଜାନବାହାନ ଚଳାଚଳ କରିବା ଦୂରେ ଥାଉ ଖାଲିପାଦରେ ଯିବା ଅସମ୍ଭବ ହୋଇପଡ଼ିଛି । ଆରରପଡ଼ା କଲେଜ,ପନ୍ଦାଡ଼ୋ ହାଇସ୍କୁଲ,ଏମଇ ସ୍କୁଲ,ପ୍ରାଥମିକ ସ୍କୁଲ ସମେତ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ଯିବାରେ ଘୋର ଅସୁବିଧାର ସମ୍ମୁ୍‌ଖିନ ହେଉଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।