Onn 3

ମୁଖ୍ୟ ଶାସନ ସଚିବ ଓ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ

State

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି। ଜାତୀୟ ମାନବାଧିକାର କମିଶନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି। ଉଭୟଙ୍କୁ ୪ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମ କୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଙ୍କ ପିଟିସନ ଆଧାରରେ ଆକ୍ସନ ଏହି ରିପୋର୍ଟ ତଲବ କରାଯାଇଥିବା ଜଣାଯାଇଛି। ଦୁର୍ଘଟଣାରେ ମୃତାହତଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଛି। କମ୍ ସ୍ଥାନ ପାଇଁ ଏଭଳି ସ୍ଥିତି ଉପୁଜିଲା। ଶବ ସଂରକ୍ଷଣ, ଦୁର୍ଘଟଣା ପରେ ଚୋରି, ଫେକ୍ ଦାବିଦାର ଆଦି ଘଟଣା ନଜରକୁ ଆସିଛି। ଏଥିଲାଗି ରେଳବାଇ ଓ ରାଜ୍ୟ ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି।
ମଙ୍ଗଳବାର ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ପକ୍ଷରୁ ଏନଏଚଆରସିରେ ହୋଇଥିବା ଆବେଦନର ଶୁଣାଣି ହୋଇଥିଲା। ରେଳ ଦୁର୍ଘଟଣାକୁ ମାସେ ପରେ ହେଲାଣି, ହେଲେ ଏପର୍ଯ୍ୟନ୍ତ ୪୨ ମୃତଦେହ ଚିହ୍ନଟ ହୋଇପାରିନି। କିଛି ଯାତ୍ରୀଙ୍କୁ ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କୀୟ ଖୋଜି ପାଉନାହାନ୍ତି। ବାଲେଶ୍ୱରରୁ ଭୁବନେଶ୍ୱର ଡାକ୍ତରଖାନା ଗୁଡ଼ିକରେ ଶବ ରଖିବାକୁ ଆଣିବା ସମୟରେ ମାନବାଧିକାର ଉଲ୍ଲଘଂନ କରାଯାଇଥିବା ଆଇନଜୀବୀ ଆବେଦନରେ ଦର୍ଶାଇଛନ୍ତି।

ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଶବଗୁଡ଼ିକ ପ୍ରଥମେ ଠିକ ଭାବେ ସଂରକ୍ଷିତ କରାଯାଇନଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ଅପରପକ୍ଷେ ରେଳ ଦୁର୍ଘଟଣା ପରେ କିଛି ଲୋକ ଭବିଷ୍ୟତରେ କାମ କରିବା ଅବସ୍ଥାରେ ନାହାନ୍ତି। ସେମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ଆବେଦନକାରୀ ନିବେଦନ କରିଛନ୍ତି। ଉଭୟ ମୃତ ଓ ଆହତଙ୍କୁ କ୍ଷତିପୂରଣ ଦେବା ସହିତ ସ୍ଥାୟୀ ସମାଧାନ କରିବାକୁ କୁହାଯାଇଛି।