Onn 3

ବିଶ୍ଵନିୟନ୍ତାଙ୍କ ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଭାସୀ ମାଧ୍ୟମରେ ଦେଖିଲେ ମୟୁରଭଞ୍ଜବାସୀ

State

ବାରିପଦା:  ଆଜି ଶ୍ରୀକ୍ଷେତ୍ର ପୁରୀ ଠାରେ ଲୋକାର୍ପଣ ହୋଇଛି ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।ଚଳଚଂଚଳ ହୋଇ ଉଠିଛି ସମଗ୍ର ବିଶ୍ବ ଜଗତର ପ୍ରାଣକେନ୍ଦ୍ର, କୋଟି ଓଡ଼ିଆର ମଉଡମଣୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ। ସମଗ୍ର ବିଶ୍ୱ ତଥା ବିଶେଷ କରି ଓଡ଼ିଶା ପାଇଁ ଜାନୁଆରୀ ୧୭, ୨୦୨୪ ଏକ ସ୍ୱତନ୍ତ୍ର ଦିନ ହୋଇଥିବା ବେଳେ, ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରପଲ୍ଲୀ। ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଞ୍ଜ ଭୂମି ମୟୁରଭଞ୍ଜରେ ମଧ୍ୟ ଆନନ୍ଦ ଉଲ୍ଲାସରେ ପ୍ରଶାସନ ଥରୁ ଆରମ୍ଭ କରି ଜନତା ମାନେ ଏହି ଭବ୍ୟ ମୁହୁର୍ତ୍ତକୁ ଆଭାସୀ ମାଧ୍ୟମରେ ଉପଭୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ବ୍ଲକରେ ଏବଂ ବିଜ୍ଞାପିତ ଅନ୍ଚଳ ପରିଷଦରେ ଏହି ଭବ୍ୟ ଲୋକାର୍ପଣ ଆୟୋଜନର ଆଭାସୀ ପ୍ରସାରଣ ହୋଇଥିଲା।

ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଐଶ୍ଵରିୟା ଭୂୟାଁ ଏହି ଲୋକାର୍ପଣ ସଭା ପାଇଁ ଆଭାସୀ ପ୍ରସାରଣର ବ୍ୟବସ୍ଥା କରିବା ସହିତ ସମସ୍ତ ଦର୍ଶକ ମାନଙ୍କ ପାଇଁ ଏହି ପ୍ରସାରଣ ନିମନ୍ତେ ଉତ୍ତମ ଜଳପାନର ବ୍ୟବସ୍ଥା ମଧ୍ୟ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଯନ୍ତ୍ରୀ ସସ୍ମିତା ବେହେରା, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରିଣୀ ପଲ୍ଲବୀ ପ୍ରିୟଦର୍ଶିନୀ କବି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରି ବରିଷ୍ଠ ଅନୁଭାଗ ଅଧିକାରୀ ଅରୁଣ କୁମାର ପୃଷ୍ଟି ଏହି ଆୟୋଜନରେ ସହାୟତା କରିଥିବାର ଜିଲ୍ଲା ସୂଚନା ଓ ଲୋକସସମ୍ପର୍କ ଅଧିକାରୀ ଅବିନାଶ ପାଣି ସୂଚନା ପ୍ରଦାନ କରିଛନ୍ତି l