Col Mbj

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରା ନିଆଗଲା କଡା କାର୍ଯ୍ୟାନୁଷ୍ଠାନ

State

ଜନ ପ୍ରତିନିଧିତ୍ୱ ଅଧିନିୟମ ଉଲଂଘନ ପାଇଁ ଜିଲ୍ଲାପାଳ ନେଲେ ଦୃଢ ପଦକ୍ଷେପ

ନିର୍ବାଚନ ସମୟରେ ଜନ ପ୍ରତିନିଧିତ୍ୱ ଅଧିନିୟମ ଉଲଂଘନ ଯୋଗୁଁ ୪ ଗୋଟି ଗାଡି ମାଲିକଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ପୁନର୍ବାର ନେଇଛନ୍ତି ନିୟମ ଅଵଜ୍ଞାକାରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ। ସୂଚନା ଥାଉକି, ଏକକାଳୀନ ସାଧାରଣ ନିର୍ବାଚନ ପାଇଁ, ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଅନୁସାରେ, ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଚାରୋଟି ଗାଡିକୁ ତାଙ୍କ ମାଲିକଙ୍କ ଦ୍ୱାରା ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ଜିଲ୍ଲାପାଳ ଏହି ଗାଡି ଗୁଡ଼ିକୁ ଉତ୍ତମ ଅବସ୍ଥା ଏବଂ ଚାଳକ ସହିତ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଉପଜିଲ୍ଲାପାଳ, ବାରିପଦାଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ ଗାଡିର ମାଲିକ ମାନେ, ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଉଲଂଘନ କରି ଏହି ଗାଡ଼ିଟିକୁ ଧାର୍ଯ୍ୟ ସମୟ ଏବଂ ସ୍ଥାନରେ ଉପସ୍ଥାପନ କରିନଥିଲେ। ଯାହାଫଳରେ, ଜିଲ୍ଲାପାଳ, ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୭ ପ୍ରୟୋଗ କରି, ସେହି ଚାରିଜଣ ଗାଡି ମାଲିକ ଯଥାକ୍ରମେ, ଶିଶିର କୁମାର ପୃଷ୍ଟି, ଦିଲ୍ଲୀପ କୁମାର ପାତ୍ର, ପୁଷ୍ପଲତା କୁଅଁରବୁ, ମନମୋହନ ସୋରେନଙ୍କ ବିପକ୍ଷରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯଥା ସ୍ଥାନୀୟ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ତତ୍ସହିତ ସେହି ପରିପ୍ରେକ୍ଷୀରେ ୪୮ ଘଣ୍ଟା ସମୟ ମଧ୍ୟରେ ରିପୋର୍ଟ , ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଧେଶ କରାଯାଇଛି । ଏହି ଜିଲ୍ଲାପାଳ ଏହା ମଧ୍ୟ କହିଛନ୍ତିଯେ, ନିର୍ବାଚନ ସମୟରେ ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଏବଂ ଆଚରଣ ସଂହିତାର ଉଲ୍ଲଙ୍ଘନ ହେଲେ, ନିୟମ ଆଧାରରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।