Photo For The News Of Thakura Raja

ଆଗରପଡ଼ା ଠାକୁର ରାଜାଙ୍କୁ ଶ୍ରଦ୍ଧାଞ୍ଜଳୀ

State

ଆଗରପଡ଼ା :ଆଗରପଡ଼ା ଠାକୁର ରାଜା ସ୍ୱର୍ଗତ କିଶୋରୀ ମୋହନ ସିଂହଙ୍କ ଏକାଦଶାହ କ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କ ସ୍କୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଓଡ଼ିଆଙ୍କ ମଉଡ଼ମଣୀ, ଆରାଧ୍ୟଦେବତା ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ସେବା କରିବାର କିଶୋରୀ ବାବୁ ସୌଭାଗ୍ୟ ପାଇଥିବାରୁ ସେ ଜଣେ ଭାଗ୍ୟବାନ ମଣିଷ ଥିଲେ ଓ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଥିଲେ । ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପଦ୍ମନ ରାୟ, ଇଂ ଅନନ୍ତ ସିଂହ, ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ, ହାଇକୋର୍ଟ ଆଡ଼ଭୋକେଟ ମନୋଜ ରାୟ, ଇଂ ପ୍ରଦୀପ୍ତ ସିଂହ, ସମାଜସେବୀ ପ୍ରଭାତୀ ସିହ୍ନା, ନୀଲମ ବଳ, ବିଭୁଚନ୍ଦନ ଜେନା, ତାପସ ରାୟ, ସରପଂଚ ଶୁଭଦ୍ରା ସିଂହ, ଯୁବନେତା ଅଶୋକ ପାଣିଗ୍ରାହୀ, ସପନ ସିଂହ ପ୍ରମୁଖ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।