Erwe

ପ୍ରସିଦ୍ଧ ପୂର୍ଣେଶ୍ବର ଶୈବପୀଠରେ ଦୈବୀ ମିଳନର ଅନ୍ୟନ୍ୟ ପର୍ବ ଶିବ ବିବାହ

Religion and Cult State

ବାରିପଦା: ଶିବ ବିବାହ ଓ ଶୀତଳଷଷ୍ଠୀ ଆମ ଧାର୍ମିକ ପରମ୍ପରାର ଏକ ମହାନ ଗଣପର୍ବ ।ଓଡିଶାରେ ଏହା ସଵୁର ଉର୍ଦ୍ଧ୍ବରେ ଉତ୍କଳୀୟ ଧର୍ମ ସଂସ୍କୃତିର ଏକ ଏକତାର ପ୍ରତୀକ । ମୟୁରଭଞ୍ଜ ଜିଲ୍ଲାର କୁଚେଇବୁଢୀ ଗ୍ରାମସ୍ଥ ପୂର୍ଣେଶ୍ବର ଶୈବପୀଠରେ ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କ
ବିବାହ ଉତ୍ସବ ତଥା ଶୀତଳ ଷଷ୍ଠୀ ମଙ୍ଗଳବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଷଷ୍ଠୀ ତଥା ଶୀତଳ ଷଷ୍ଠୀ ହେଉଛି ଐତିହ୍ୟ, ସଂସ୍କୃତି, ପରମ୍ପରା ଧର୍ମ ବିଶ୍ବାସର ଆଇନା । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ରୁଦ୍ରରୂପୀ ଶିବଙ୍କୁ ପୂଜାର୍ଚ୍ଚନା କରାଯାଇ ଶିବଙ୍କୁ ପ୍ରସନ୍ନ କରାଯାଇଥାଏ । ଆଜି ପୂର୍ଣେଶ୍ବର ଶିଵମନ୍ଦିର ପରିସର ଓ ପୀଠକୁ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇଥିବାବେଳେ ଫୁଲରେ ଝଲସୁ ଥିଲା ମନ୍ଦିର ଫାଟକ ଓ ମୁଖ୍ୟଦ୍ବାର । ଦାନବ ରାଜା ତାରକାଶୁର ର ଅତ୍ୟାଚାର, ,ଅନ୍ୟାୟ, ଓ ଦୌରାତ୍ମ୍ଯରୁ ସୃଷ୍ଟିକୁ ରକ୍ଷା କରିବା ଲାଗି ଯୋଗେଶ୍ୱର ମହାଦେବ ଏବଂ ଶକ୍ତି ସ୍ବରୂପିଣୀ ମାତା ପାର୍ବତୀଙ୍କ ଵିଵାହ ବା ମହାମିଳନର ଅବସର ।

ମଙ୍ଗଳବାର ସକାଳୁ ପଣ୍ଡିତ ପ୍ରସନ୍ନ ଷଡ଼ଙ୍ଗୀ ଏବଂ ତାଙ୍କ ସହଯୋଗୀ ଟିକ ଓତା, ସଂଗ୍ରାମ ଷଡ଼ଙ୍ଗୀ ଦ୍ବାରା ହାଣ୍ଡିମଙ୍ଗଳା, ଦିଅଁ ମଙ୍ଗୁଳା, ଶିବ ପାର୍ବତୀଙ୍କ ମହାସ୍ନାନ, ବାଟ ବରଣ ନୀତି, ପରେ ପ୍ରଥମା ବରଣ, ଦ୍ଵିତୀୟା ବରଣ ବୈଦିକ ରୀତିନୀତି , ବିବାହ ନୀତି ଓ ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିବାହ କାର୍ଯ୍ୟକ୍ରମକୁ କନ୍ଯାପିତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣେଶ୍ୱର ଦାସ ଏବଂ ବରର ପିତା ଭାବେ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ ପିତାମାତା ଦାୟିତ୍ଵ ନିଭାଇଥିଲେ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ପୂଜାର୍ଚ୍ଚନା କରି ଶିବ ପାର୍ବତୀଙ୍କ ଆଶୀର୍ବାଦ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର କମିଟି ସଦସ୍ୟ, ବାଜଲ ମୁର୍ମୁ , ନିହାର ରଂଜନ ପାତ୍ର, କଟି ପଣ୍ଡା, ସୁନାରାମ ମାଝୀ, ସ୍ମିତା ମହାକୁଡ, ଅନୁରାଧା ପାଲ, ଗିରିଧାରୀ ପାତ୍ର, ରାଜେଶ ମହାନ୍ତ, ରାଜେନ୍ଦ୍ର ଜ୍ଯୋତିଷ, ସଂଜୟ ବିନ୍ଧାଣି ,ଗୋବିନ୍ଦ ସି, ସାମ୍ବାଦିକ ଅକ୍ଷୟ ବିଶ୍ବାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ମନ୍ଦିର କମିଟି ତରଫରୁ ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।