Heatwav

ଆଗାମୀ ୪୮ ଘଣ୍ଟା ପରେ ପୁଣି ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା

State

ଭୁବନେଶ୍ବର: ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି। ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪୮ ଘଣ୍ଟା ପରେ ରାଜ୍ୟରେ ୨ରୁ ୪ ଡିଗ୍ରି ତାପମାତ୍ରା ବଢିବା ନେଇ ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ୬୪ ମିଲିମିଟର ବର୍ଷା ଢେଙ୍କାନାଳରେ ରେକର୍ଡ ହୋଇଛି। ଆଗାମୀ ୩ ଦିନ ବିକ୍ଷିପ୍ତ ବର୍ଷା ରାଜ୍ୟରେ ଦେଖିବାକୁ ମିଳିବ। ୪ ଦିନ ପରେ ବର୍ଷାର ପରିମାଣ କମି ପାଗ ଶୁଖିଲା ରହିବ।