Oppo 2

ଘରକୁ ଘର ବୁଲି ନିରଞ୍ଜନଙ୍କ ଭୋଟ ଭିକ୍ଷା

State

ଆଗରପଡ଼ା: :ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ସଂଧାରେ ବନ୍ତ ବ୍ଲକ ଅର୍ନ୍ତଗତ ବଡ଼ବର୍ଚ୍ଚିକୟାଁ ପଂଚାୟତର ବିଭିନ୍ନ ଗାଁର ଘରକୁ ଘର ବୁଲି ଲୋକଙ୍କୁ ଭେଟି ଭୋଟ ଭିକ୍ଷା ଓ ଆଶୀର୍ବାଦ କାମନା କରିଥିଲେ । ଆପ୍ତିରା, ବିଶଲକଣା ଏବଂ ବଡ଼ବର୍ଚ୍ଚିକୟାଁ ଗ୍ରାମର ବିଭିନ୍ନ ୱାର୍ଡ଼ରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଉଥିବାର ପରିଲକ୍ଷିତ ହେଉଥିଲା । ଏଥିରେ ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବରିଷ୍ଠ ନେତା ତଥା ପୂର୍ବତନ ସରପଂଚ ସୁରେନ୍ଦ୍ର ଜେନା, ରବିନାରାୟଣ ମହାନ୍ତି, ପିନାକୀ ବିଶ୍ୱାସ, ଜିତେନ୍ଦ୍ର ସାହୁ, ସନାତନ ସ୍ୱାଇଁ, ସ୍ଥାନୀୟ ସରପଂଚ ପୁଷ୍ପାଞ୍ଜଳୀ ସ୍ୱାଇଁଙ୍କ ସମେତ ବରିଷ୍ଠ କଂଗ୍ରେସ କର୍ମୀ ବଡ଼କୃଷ୍ଣ ରାଉତ, ଚକ୍ରଧର ନାୟକ, ଜଗନ୍ନାଥ ପୁରୀ, ଭାଗବତ ଶତପଥୀ, ନାରାୟଣ ଖିଲାର, ରବିନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ବହୁତ ଆଗଧାଡ଼ିର କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ଦଳ ପରିତ୍ୟାଗ କରି ବହୁ ଯୁବ ନେତୃତ୍ୱ କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।