Onn 3

ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ର ସମୀକ୍ଷା

State

ବାରିପଦା : ଓଡିଶା ର ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ମୟୁରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି ଆଜି ପୂର୍ବାହ୍ନ 9 ଘଟିକା ସମୟ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ କେନ୍ଦ୍ର ଠାରେ ଏକ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ |ବୈଠକ ପ୍ରାରମ୍ଭ ରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ମାନ୍ୟବର ମନ୍ତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଜିଲ୍ଲା ପ୍ରଶାସନ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ | ଏହାପରେ ଜିଲ୍ଲାପାଳ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ର ଅଗ୍ରଗତି ଓ ସ୍ଥିତି ସମ୍ପର୍କ ରେ ମନ୍ତ୍ରୀ ଙ୍କୁ ଅବଗତ କରାଇବା ସହ ଜିଲ୍ଲlରେ କିଛି ପ୍ରକଳ୍ପ ତଥା ଜନ କଲ୍ୟାଣ ଯୋଜନା ଗୁଡିକ ର ଉପଲବ୍ଧି ଓ ସଫଳତା ସମ୍ଭନ୍ଧ ରେ ପ୍ରକାଶ କରିଥିଲେ |

ଏହାପରେ ମାନ୍ୟବର ମନ୍ତ୍ରୀ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ତାଙ୍କ ବିଭାଗ ଅନ୍ତର୍ଗତ ପ୍ରକଳ୍ପ ଓ ଯୋଜନା ଗୁଡିକର ଅଗ୍ରଗତି, ବର୍ତମାନ ର ସ୍ଥିତି ତଥା କାର୍ଯ୍ୟ ର ତରାନ୍ୱିତ ଦିଗରେ ନେଇଥିବା ପଦକ୍ଷେପ ସମ୍ପର୍କ ରେ ପଚାରି ବୁଝି ଥିଲେ ଏବଂ ପ୍ରକଳ୍ପ ର ଅଗ୍ରଗତି କ୍ଷେତ୍ର ରେ ଯଦି କିଛି ପ୍ରତିବନ୍ଧକ ରହୁଛି ତେବେ ସେ ସମ୍ଭନ୍ଧ ରେ ଅବଗତ କରାଇଲେ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନିଆଯାଇ ପ୍ରକଳ୍ପ କାର୍ଯ୍ୟ କୁ ତରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ | ଆଜିର ଏହି ସମୀକ୍ଷା ବୈଠକ ରେ ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପାନୀୟ ଜଳ ଯୋଗାଣ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା, ପ୍ରାଣୀସମ୍ପଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ ଘର ଯୋଜନା ଇତ୍ୟାଦି ଉପରେ ସମୀକ୍ଷା କରି ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଟିମ ୱାର୍କ ମନଭାବ ନେଇ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଯଦ୍ୱାରା ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟ ନିର୍ଧାରିତ ସମୟରେ ଶେଷ ହେବ ଏବଂ ଲୋକମାନେ ଯୋଜନା ର ସୁଫଳ ପାଇ ଉପକୃତ ହେବେ |ମାନ୍ୟବର ମୁଖ୍ୟ ମନ୍ତ୍ରୀ ତ୍ୱରିତ ପ୍ରକ୍ରିୟା ରେ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ସମ୍ପୂର୍ଣ୍ଣ ହେବା ଉପରେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ | ତେଣୁ ସମୟ ଅବଧିଭିତରେ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଭଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ |

ଆଜିର ଏହି ସମୀକ୍ଷା ବୈଠକ ରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସିଂ, ଜ଼ିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୌଲତ ଚନ୍ଦ୍ରକାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରୂପ ଭାନୁ ମିଶ୍ର, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ବାରିପଦା ପୌର ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ସୁଜୟ କୁମାର ପତି ପ୍ରମୁଖ ଙ୍କ ସମେତ ବିଭିନ୍ନ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ଥିଲେ |