Onn 3

କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଙ୍କ ଦ୍ୱାରା ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବା ଉଦଘାଟିତ

State

ବାରିପଦା : ଆଜି ପୂର୍ବାହ୍ନ 10 ଘଟିକା ସମୟ ରେ ବାରିପଦା ସ୍ଥିତ ବଜ଼ାର ଇଣ୍ଡିଆ ଠାରେ ବିଶ୍ୱ କଲ୍ୟାଣ ସେବା ସହଯୋଗ ରେ ଭ୍ରାମ୍ୟ ମାଣ ଆମ୍ବୁଲାନ୍ସ ସେବା ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବ ରେ ମାନ୍ୟବର କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦାନପୁର୍ବକ ସବୁଜ ପତାକା ଦେଖାଇ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କୁ ଶୁଭଉଦଘାଟନ କରି ଜନସାଧାରଣ ଙ୍କ ଉଦେଶ୍ୟ ରେ ଲୋକାର୍ପିତ କରିଥିଲେ |

ଏହି ଅବସରରେ ମନ୍ତ୍ରୀ ପ୍ରକାଶ କରିଥିଲେ କି ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ଯୋଗାଇ ଦିଆଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟ ମାଣ ଆମ୍ବୁଲାନ୍ସ ଯାହାକି ଜିଲ୍ଲାର ପୂର୍ବ ଓ ପଶ୍ଚିମ (ବାରିପଦା ଓ ରାଇରଙ୍ଗପୁର )ପ୍ରାନ୍ତର ର ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ରେ ବେଶ ସହାୟକ ହେବ ଯଦ୍ୱାରା ବହୁ ସାଙ୍ଘାତିକ ରୋଗୀ ଙ୍କ ଜୀବନ ରକ୍ଷା କରାଯାଇ ପାରିବ | ଆଜିର ଏହି ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ ରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ସମେତ ବିଧାୟକ, ଜନପ୍ରତିନିଧି,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୁପଭାନୁ ମିଶ୍ର ପ୍ରମୁଖ ଙ୍କ ସମେତ ବିଭାଗ ସରକାରୀ ଅଧିକାରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ |