Img 20240227 Wa0260

ରାଧାରାଣୀ ଓ ଦୟାଭାଇ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

State

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୪ ନଂ ୱାର୍ଡ ସ୍ଥିତ ରାଧାରାଣୀ ଓ ଦୟଭାଇ ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ‘ଫାଲଗୁନୀ’ – ୨୦୨୪ ମହାସମାରୋରେ ସହିଦ୍ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରାଜକିଶୋର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥଭାବେ ଯୋଗଦେଇ ବାରିପଦା ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପୁରସ୍କାର ବିତରଣ କରିବା ସହ ବିଦ୍ୟାଳୟର ପ୍ରଗତି ପାଇଁ ସମସ୍ତଙ୍କର ଅବଦାନକୁ ପ୍ରଶଂସା କରିଥିଲେ I ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ କାନ୍ତ ପ୍ରଧାନ ଯୋଗ ଦେଇ କହିଥିଲେ କି ଚରିତ୍ର ଗଠନରେ ପିତା ମାତା ଓ ଶିକ୍ଷକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସମ୍ମାନୀତ ଅତିଥି ଭାବେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରଜ ମୋହନ ମୁର୍ମୁ, ଡ: ସ୍ନେହଲତା ବେହେରା ଓ ତପସ୍ୱିନୀ ଦାଶ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିକଲେ। ପ୍ରଧାନ ଶିକ୍ଷକ ନାରାୟଣ କିଙ୍କର ଦତ୍ତ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଉତ୍ସବରେ ବିଦ୍ୟାଳୟର ଦୁଇ ଅଲରାଉଣ୍ଡର ଛାତ୍ରୀ ଏମ ସାଇ ଜ୍ୟୋତି ଓ ଏମ ସାଇ ପ୍ରୀତିଙ୍କୁ ମୁଖ୍ୟ ଅତିଥିଙ୍କ ହାତରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା I

ତତସହିତ ସାଇଦା ତାଜ, ପ୍ରତ୍ୟୁଷ ମହାନ୍ତି, ସୁନୀଲ କୁମାର ମଲ୍ଲିକ, ପ୍ରତ୍ୟୁଷା ଦାସ , ଦିବ୍ୟାଂଶି ସାହୁ, ତୁଷାର ରାଉଳ, ପ୍ରିୟଦର୍ଶିନୀ ବେହେରା, ଭୂମିକା ବୋର୍ଡ ଓ ଆଇସା ପରବିନଙ୍କୁ ନିଜ ନିଜର କୃତିତ୍ୱ ପାଇଁ ପୁରସ୍କୃତ ହୋଇଥିଲେ I ତୃତୀୟ ଶ୍ରେଣୀର ଓମପ୍ରକାଶ ଦାଶ ଓ ପଞ୍ଚମ ଶ୍ରେଣୀର ଏମ ସାଇ ପ୍ରୀତିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଉତ୍ସବକୁ ସଫଳ କରିବା ପାଇଁ ସମସ୍ତ ସି ଆର ସି ସି, ଶିକ୍ଷକ ପ୍ରଦୀପ କୁମାର ଦେ, ସୋମନାଥ ସିଂହ , ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ ଲେଙ୍କା ସହଯୋଗର ହାତ ବଢ଼ାଇଥିଲେ I ବିଦ୍ୟାଳୟର ଶିକ୍ଷୟତ୍ରୀ ମିନତୀ ରଥ ଅଧିକାରୀ, ରୁନୀ ମହାପାତ୍ର, ସସ୍ମିତା ପାଣିଗ୍ରାହୀ, ମୀନା କୁମାରୀ ବେହେରା, ପରିଚାଳନା କମିଟି ସଦସ୍ୟ /ସଦସ୍ୟା, ଶିକ୍ଷକ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I