Img 20240227 Wa0273

ବାରିପଦା ଷ୍ଟାଡିୟମରେ କ୍ରିକେଟ ଏକାଡେମୀ ଉଦଘାଟିତ

State

ବାରିପଦା: ବାରିପଦା ଷ୍ଟାଡିୟମ ପରିସରରେ ନିର୍ମିତ ୪ ଟି ଟର୍ଫ ଉଇକେଟ ସମେତ ଗୋଟିଏ ସିନଥେଟିକ ଉଇକେଟକୁ ଆଭାସୀ ମାଧ୍ୟମରେ ଲୋକାର୍ପିତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଆଗାମୀ ଦିନରେ ତାଲିମପ୍ରାପ୍ତ କୋଚଙ୍କ ଦ୍ୱାରା ଯୁବ ଖେଳାଳୀ ମାନଙ୍କୁ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ଦିଆଯିବ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପ୍ରକାଶ କରିଛନ୍ତି I ଏଥିସହିତ ଓଡିଶା କ୍ରିକେଟ ଏସୋସିଏସନ ତରଫରୁ ଅତ୍ୟାଧୁନିକ ବୋଲିଂ ମେସିନ, ରୁଲୋର ଓ ଗ୍ରାସ କଟର ଯୋଗାଇ ଦେଇଥିବାରୁ ଉପସ୍ଥିତ ସଦସ୍ୟ ମାନେ ବେଶ ଆନନ୍ଦିତ ହୋଇଥିଲେ I ଏହି ଆଭାସୀ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିବା ନଗରପାଳ କୃଷ୍ଣIନନ୍ଦ ମହାନ୍ତି ମୟୁରଭଞ୍ଜରେ କ୍ରିକେଟର ଏକ ନୂଆ ଯୁଗ ଆରମ୍ଭ ହେଲା ବୋଲି ପ୍ରକାଶ କରିଥିଲେ I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପରେ ବହୁ ଯୁବ ଖେଳାଳୀ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ I ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ନାୟକ ଜିଲ୍ଲାପ୍ରଶାସନ ତରଫରୁ ଆଗାମୀ ପିଢ଼ିର ଖେଳାଳୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ସୁବ୍ରମନିୟମ ମହାନ୍ତି ଓ ମନୋଜ କୁମାର ସାଓ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମର କୁମାର ସେଠି, ରବୀନ୍ଦ୍ର କୁମାର ମହାନ୍ତି, କ୍ରିକେଟ ସହ ସମ୍ପାଦକ ହର ପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ I ଶେଷରେ ମୟୁରଭଞ୍ଜରେ କ୍ରିକେଟକୁ ପ୍ରତ୍ସାହିତ କରିଥିବାରୁ ସାଧାରଣ ସମ୍ପାଦକ ଶ୍ରୀ ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓ ସି ଏ ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ବର୍ତମାନର ସମ୍ପାଦକ ସଞ୍ଜୟ ବେହେରା ତଥା ସୌନ୍ଦର୍ଜିକରଣ ପାଇଁ ହାତ ବଢାଇଥିବା ବାରିପଦା ନଗରପାଳଙ୍କୁ ଧନ୍ୟବାଦ ଦେଇଥିଲେ I