Onn 3

ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ

State

ମୋଟ 1043 ଗୋଟି ମାମଲା ଫଇସଲା

ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜ ଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ ଲୋକ ଅଦାଲତ ରେ ମୋଟ 10 ,070ଗୋଟି ମାମଲା ମଧ୍ୟରୁ 853 ଟି ମାମଲା ର ଆପୋଷ ବିଚାର ହୋଇ 3କୋଟି 43 ଲକ୍ଷ 54 ହଜାର 895 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡିଛି. ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ବିଭିନ୍ନ ମାମଲା ମଧ୍ୟରୁ ବ୍ୟାଙ୍କ ଋଣ ଆଦାୟ ମାମଲା ଓ ଅନ୍ୟାନ୍ୟ ବିବାଦୀୟ ଦେୱାନୀ ଏବଂ ଜମିଜମା ମାମଲା ଫଇସଲା କରାଯାଇ ମୋଟ 8 କୋଟି 39 ଲକ୍ଷ 9 ହଜାର 613ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି. ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ 568 ଗୋଟି ମାମଲାମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବଲ କେଶ 72 , ଏନ ଆଇ ଆକ୍ଟ ଧାରା 138 ଅନ୍ତର୍ଗତ 58 ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ସମ୍ଭନ୍ଧୀୟ 58ଟି, 38ମୋଟର ଯାନ ଦୁର୍ଘଟଣା ମାମଲା, ବୈବାହିକ ସମ୍ୱନ୍ଧୀୟ 37ଟି, ଓ ଅନ୍ୟାନ୍ୟ ଅପରାଧିକ ଫୌଜଦାରୀ ମାମଲା 211 ଟିକୁ ମିଶାଇ ମୋଟ 190 ଟି ମାମଲା ଫଇସଲା କରାଯାଇଛି |

ଏହି ଦୁଇ ବର୍ଗର ମୋଟ 10070 ମାମଲା ମଧ୍ୟରୁ 1043 ଗୋଟି ମାମଲା ଫଇସଲା କରାଯାଇ ମୋଟ 11,82,64,508 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ସୂଚିତ ହୋଇଛି.ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଶିବାନୀ ଙ୍କ ତତ୍ତ୍ଵlବଧାନ ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ଫାମିଲି କୋୖର୍ଟ ଜଜ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି,ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଜଜ ଡ଼.ଦୀପକ ରଞ୍ଜନ ସାହୁ, ରେଜିଷ୍ଟ୍ରାର ଶ୍ରୀ ଆଶିଷ କୁମାର ପରିଚ୍ଛା, ସିନିୟର ସିଭିଲ ଜଜ ଶ୍ରୀ ସୁଦାମ ଚରଣ ଦାସ, ସିନିୟର ସିଭିଲ ଜଜ ଶ୍ରୀମତୀ ପଲ୍ଲବୀ ରାଣୀ ସାହୁ, ଅତିରିକ୍ତ ସିଭିଲ ଜଜ ଶ୍ରୀ କୈଳାଶ ସାହୁ ଦ୍ଵିତୀୟ ଅତିରିକ୍ତ ସିଭିଲ ଜଜ ଶ୍ରୀମତୀ ବିଶ୍ୱକଳ୍ପିତା ମହାନ୍ତି, ଏସ ଡି ଜେ ଏମ ଶ୍ରୀମତୀ ସୁବାସିନୀ ବେହେରା ଓ ଜେ ଏମ ଏଫ ସି ଜଜ ମିସେସ ଜରିନ ଖାନ ଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଆଇନଜୀବୀ, ବିଭିନ୍ନ ରାଷ୍ଟ୍ରାୟତ/ଘରୋଇ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ.ଭାରପ୍ରାପ୍ତ ରେଜିଷ୍ଟ୍ରାର ଶ୍ରୀ କୈଳାଶ ସାହୁଙ୍କ ପରିଚାଳନା ରେ ଅନୁଷ୍ଠିତ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ସମସ୍ତଙ୍କ ସହଯୋଗ ରେ ଶୃଙ୍ଖଳାର ସହିତ ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା |