Onn 3

ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମ ମାମଲାରେ ୨ କୋର୍ଟ ଚାଲାଣ

Crime State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳ ରେ ପୁଣି ଥରେ ଳଜ୍ୟାଜନକ ଘଟଣା ସାମନାକୁ ଆସିଛି । ସୁଚନା ଅନୁସାରେ ଜାମୁଦା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଭିନ୍ନକ୍ଷମ ଯୁବତୀ ଶୁକ୍ରବାର ସନ୍ଧ୍ୟା ସମୟରେ ଗାଁ ଦାଣ୍ଡରେ ବୁଲା ବୁଲି କରୁଥିବା ବେଳେ ଉକ୍ତ ଗାଁ ର 58 ବର୍ଷିଆ ଜଣେ ବ୍ୟକ୍ତି ବାହାନାରେ ଫୁସୁଲାଇ ଘର ଭିତରକୁ ଡାକି ଦୁଷ୍କର୍ମ୍ କରିଥିବା ଜଣାପଡିଛି । ଘଟଣା କ୍ରମେ ଝିଅର ଅବ୍ଯବସ୍ଥା ଦେଖି ମା ଜାଣି ପାରି ଝିଅକୁ ଦିବ୍ୟାଙ୍ଗ ଭାଷା ପଚାରି ଜାଣି ପାରିଥିଲେ ।

ଗତକାଲି ଅପରାହ୍ନରେ ପୀଡ଼ିତାକୁ ନେଇ ଜାମଦା ଥାନାରେ ଏକ ଲିଖିତ ଅଭିଯୋଗ ବାପା ଏବଂ ମାଆ। ଅଭିଯୋଗ ଆଧାରରେ ଜାମଦା ପୋଲିସ ଅଭିଯୁକ୍ତ କେଦାର ବାନାରା (58) ଓ ଲକ୍ଷ୍ମଣ ପିଂଗୁଆ ( 28) କୁ ପୋଲିସ ଗିରଫ କରିବା ସହ ଏକ ମାମଲା କେଶ ନମ୍ବର ୧୦୦/୨୩ ରୁଜୁ କରି ତଦନ୍ତ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ସେମାନଙ୍କ ନାମରେ ଦଫା ଦଫା ୩୭୬(ଏଲ) / ୩୭୬( ଡି ) ଆଇ ପି ସି ଧାରା ଲଗାଯାଇଛି ।ଆଇନ ଯେତେ କଠୋର ହେଲେ ମଧ୍ୟ ଅସାମାଜିକ,ପିଶାଚିକ କୁକର୍ମ କରିବାକୁ ଭୂକ୍ଷେପ କରୁନାହାନ୍ତି ।ଯୁବତୀ ଜଣକ ଗୁଣ୍ଡି ବୃଦ୍ଧ କେଦାର ବାନରା କାଲି ଅଟେ ।