Tiger 1715949443

୫ ଘଣ୍ଟା ପରେ ବାରିପଦାରେ ଉଦ୍ଧାର ହେଲା କଲରାପତରିଆ ବାଘ

State

ବାରିପଦା: ବାରିପଦାରେ ବନବିଭାଗ ଓ ସ୍ଥାନୀୟ ପୁଲିସର ଦୀର୍ଘ ୫ ଘଣ୍ଟାର ଅପରେସନ୍ ପରେ ଟ୍ରାଙ୍କୁଲାଇଜ୍ କରି ବାଘଟିକୁ ଉଦ୍ଧାର କରାଯାଇଛି। ଏହା ଏକ କଲରାପତ୍ରିଆ ବାଘ ହୋଇଥିବା ବେଳେ ଏହା ପୁରୁଷ ବାଘ ବୋଲି ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଘଟଣା ମୁତାବକ ଆଜି ସକାଳ ପ୍ରାୟ ୬.୩୦ ମଧ୍ୟରେ ବାରିପଦା ସହରର ବୁଢିଖମାରୀ ଅଞ୍ଚଳରେ କିଛି ଲୋକ ପ୍ରଥମେ ବାଘଟିକୁ ଦେଖିଥିଲେ। ବାଘଟି ପାଚେରୀ ଡେଇଁ ଲୋକଙ୍କ ବାଡ଼ି ଭିତରକୁ ପସିଯିବାର ଦେଖି ସଙ୍ଗେ ସଙ୍ଗେ ଲୋକମାନେ ବନବିଭାଗ କୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର କର୍ମଚାରୀ ଓ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବାଘଟିକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ବାଘଟି ଦୀର୍ଘ ୫ ଧରି ସ୍ଥାନୀୟ ଅଞ୍ଚଳରେ ଏଣେତେଣେ ଦଉଡ଼ି ବୁଲିବା କାରଣରୁ ବନବିଭାଗ କୁ ନାକେଦମ୍ ହେବାକୁ ପଡିଥିଲା। ଘଟଣା ସ୍ଥଳରେ ଶିମିଳିପାଳ ଦକ୍ଷିଣ ଡେପୁଟି ଡ଼ାଇରେକ୍ଟର,ବାରିପଦା ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତରେ ବାଘଟିକୁ ଧରିବାକୁ ଉଦ୍ୟମ କରାଯାଇଥିଲା।

ଶେଷରେ ବାଘଟି ଥକି ଯାଇ ଜଣଙ୍କ ପାଚେରୀ କୋଡ଼ରେ ବିଶ୍ରାମ ନେଉଥିବା ସମୟରେ ତାକୁ ଟ୍ରାଙ୍କୁଲାଇଜ୍ କରିବାରେ ସକ୍ଷମ ହୋଇଥିଲେ ବନବିଭାଗ। ଏବଂ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଏକ ପିଞ୍ଜରାରେ ଭର୍ତ୍ତି କରି ତାକୁ ପ୍ରାଥମେ ତାର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯିବ ଏବଂ ବାଘର ସ୍ୱାସ୍ଥ୍ୟକୁ ଲକ୍ଷ୍ୟ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବା ନେଇ ବନବିଭାଗ ପକ୍ଷରୁ ସୂଚନା ରହିଛି।