Onn 3

ଶ୍ରୀ ଶ୍ଯାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ ୧୮ତମ ଶ୍ୟାମ ଜନ୍ମୋତ୍ସବ

State

ବାରିପଦା: ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ତରଫରୁ ୧୮ ତମ ତ୍ରିଦିବସୀୟ ଶ୍ୟାମ ଜନ୍ମୋତ୍ସବ ଧୂମଧାମରେ ପାଳନ କରାଯାଇଛି । ମାରଓ୍ବାଡୀ ସମାଜର ଲୋକେ ଗୁରୁବାର ଦେଵୋଥନୀ ଏକାଦଶୀ ଦିନ ସେମାନଙ୍କ ଆରାଧ୍ୟ ଠାକୁର ଶ୍ୟାମ ଵାଵା କା ଜନ୍ମଦିନ ଭାବେ ପାଳନ କରିଥାନ୍ତି ।ଏହି ପରିପ୍ରେକ୍ଷୀରେ ମନ୍ଦିର ପୂଜନ ପରେ ଏକ ସୁସଜ୍ଜିତ ରଥରେ ଶ୍ୟାମ ବାବାଙ୍କ ଫଟୋ ରଖି ବିଶାଳ ନିଶାନ ଯାତ୍ରା ସହର ପରିକ୍ରମା କରି ଶ୍ୟାମ ମନ୍ଦିର ପାଖରେ ପହଞ୍ଚିଲେ ।ରାସ୍ତାରେ ଶ୍ରଦ୍ଧାଳୁମାନେ ଡିଜେ ବାଜାରେ ଵାଵାଙ୍କ ଭଜନରେ ବିମୋହିତ ହୋଇ ଝୁମି ଝୁମି ନୃତ୍ୟ କରି ରାସ୍ତାରେ ଚାଲୁଥିଲେ ଓ ବାବାଙ୍କର ଜୟ ଜୟକାର କରୁଥିଲେ। ଶ୍ରଦ୍ଧାଳୁଙ୍କ ଉପରେ ସେଵାଧାରୀମାନେ ପୁଷ୍ପ ବର୍ଷା ହୋଇଥିଲା ।

ରାସ୍ତାରେ ସେଵାଧାରୀ ପିଇବା ପାଣି,ଫଳ,ଚକୋଲେଟ ବଣ୍ଟନ କରୁଥିଲେ । ଶୁକ୍ରବାର ଦିନ ପାଢିଆ ଧରମଶାଳା ଉପରେ ଶ୍ରୀ ଶ୍ୟାମ ଅଖଣ୍ଡ ଜ୍ୟୋତି ପାଠ କରାଯାଇଥିଲା । ଶ୍ରୀ ଶ୍ଯାମ ବାବାଙ୍କ ଆକର୍ଷଣୀୟ ବେଶ ଦେଖିବା ଓ ଆଶୀର୍ବାଦ ପାଇବାକୁ ଶହ ଶହ ଶ୍ରଦ୍ଧାଳୁ ଛୁଟି ଆସିଥିଲେ ।ତଦସହ ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା ଓ ଛପନ ଭୋଗ କରାଯାଇଥିଲା । ରାତିରେ ଭଜନ ସୁରଜଗଡର ଭଜନ ଗାୟକ ସଂଜୟ ସେନ ଏବଂ ରାଞ୍ଚିର ସୁପ୍ରସିଦ୍ଧ ଭଜନ ଗାୟିକା ତତ୍ଯାଶା ଗୁପ୍ତାଙ୍କ ଦ୍ଵାରା ଭଜନ ଅମୃତ ବର୍ଷା ହୋଇଥିଲା । ଶନିବାର ଦିନ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପାଢିଆ ଧର୍ମଶାଳାରେ ଅନ୍ନ ପ୍ରସାଦ ତଥା ଭଣ୍ଡାରା ପରିବେଷଣ କରାଯାଇଥିଲା । ସମଗ୍ର ରାଇରଙ୍ଗପୁର ସହରରେ ଏକ ଭକ୍ତିମୟ ପରିବେଶ ହୋଇଥିଲା ।