Onn 3

ସ୍ତ୍ରୀ କୁ ଯୈାତୁକ ନିର୍ଯ୍ୟାତନା ଦେବା ସହ ତାଙ୍କ ସାନ ଭଉଣୀ କୁ ଦୁଷ୍କର୍ମ ମମାଲାରେ ଅଭିଯୁକ୍ତ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ମୟୁରଭଞ ଜିଲା ବଡସାହି ଥାନା ଅଞ୍ଚଳରେ ସ୍ତ୍ରୀ କୁ ଯୈାତୁକ ନିର୍ଯ୍ୟାତନା ଦେବା ସହ ସ୍ତ୍ରୀ ର ସାନ ଭଉଣୀ କୁ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ବିଚାର କରି ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୈାରାଜଜ୍ ତଥା ବାରିପଦା ସ୍ପେଶିଆଲ କୋର୍ଟ ଆଣ୍ଡର ପକ୍ସୋ ଆକ୍ଟ ର ମାନ୍ୟବର ବିଚାରପତି ସୁମିତା ଜେନା ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ଡିଙ୍ଗିରିଆ ଗ୍ରାମର ମୋଦନ ମୋହନ ପାତ୍ର ଙ୍କ ପୁତ୍ର ତ୍ରୀନାଥ ପାତ୍ର (୨୯) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୬ ଅଫ ପୋକ୍ସୋ ଆକ୍ଟ ଅନୁଯାୟୀ ୧୦ ବର୍ଷ ସଶ୍ରମ ଜେଲଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସେହିପରି ୩୨୩ ଅଫ ଆଇପିସି ଅନୁଯାୟୀ ଛଅ ମାସ ସଶ୍ରମ କାରାଦଣ୍ଡ ଏବଂ ଦଫା ୫୦୬ ଅନୁଯାୟୀ ୩ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ଅଭିଯୁକ୍ତ ର ସ୍ତ୍ରୀ ଙ୍କ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ର ବାହାଘର ଅଭିଯୁକ୍ତ ତ୍ରିନାଥ ପାତ୍ର ସହିତ ବୈଦିକ ରୀତି ନୀତି ଅନୁଯାୟୀ ସଂପନ୍ନ ହୋଇଥିଲା । ବାହାଘର ସମୟରେ ଦାବୀ ମୁତାବକ ୩୦ ହଜାର ଟଙ୍କା ସମେତ ସୁନା ଗହଣା ଏବଂ ଅନ୍ୟାନ୍ୟ ଆସବାପତ୍ର ଝିଅ ଘର ତରଫରୁ ବର ଘରକୁ ଦିଆଯାଇଥିଲା । ମାତ୍ର ପରେ ଅଧିକ ୫୦ ହଜାର ଟଙ୍କା ଯୈାତୁକ ଦାବୀ କରି ସ୍ତ୍ରୀ କୁ ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କ ପରିବାରବର୍ଗ ଅନେକ ସମୟରେ ନାନାଦି ନିର୍ଯ୍ୟାତନା ଦେଇଆସୁଥିଲେ । ଅଭିଯୋଗକାରୀ ଙ୍କ ସାନ ଭଉଣୀ ତାଙ୍କ ଘରକୁ ତାଙ୍କୁ ଏବଂ ତାଙ୍କ ସ୍ୱାମୀ କୁ ଡାକିବାକୁ ଆସିଥିବାବେଳେ ଗତ ୧୧-୬-୨୦୧୮ ରିଖ ରାତ୍ରୀରେ ସିଏ ଶୋଇଥିବାବେଳେ ତା ସହିତ ଅଭିଯୁକ୍ତ ତ୍ରୀନାଥ ପାତ୍ର ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ।

ଏହାକୁ ତାର ସ୍ତ୍ରୀ ବିରୋଧ କରିବାରୁ ତାଙ୍କୁ ତ୍ରୀନାଥ ପିଟା ମରା କରିବା ସହ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା । ତହିଁପରଦିନ ସ୍ତ୍ରୀ ଗାଧେଇବାକୁ ଯାଇଥିବାବେଳେ ପୁଣି ତାଙ୍କ ସାନ ଭଉଣୀ ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏଥି ସହିତ ସେମାନଙ୍କୁ ତାଙ୍କ ନିଜ ଘରକୁ ଯିବା ପାଇଁ ମଧ୍ୟ ବିରୋଧ କରିଥିଲା । ତେବେ ଝିଅ ଘରକୁ ନ ଆସିବାରୁ ତାଙ୍କ ପିତା ଖୋଜିବାକୁ ଆସି ଏହି ସବୁକଥା ଜାଣିବାକୁ ପାଇଲେ । ଏ ସବୁକଥା ପଚାରିବାରୁ ତାଙ୍କୁ ଅଭିଯୁକ୍ତ ତ୍ରିନାଥ ପିଟାମରା କରି ଲହୁ ଲୁହାଣ କରିଥିଲା । ଏହାପରେ ତାଙ୍କ ଦୁଇ ଝିଅ ସହିତ ବାପା ନିଜ ଘରକୁ ଘୁରିଆସିଥିଲେ । ଶେଷରେ ନ୍ୟାୟ ପାଇଁ ଅଭିଯୁକ୍ତ ର ସ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ବଡସାହି ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ କେସ ନମ୍ବର ୯୪/୨୫-୬-୨୦୧୮ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ଅନୁସନ୍ଧାନ କରି ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆସାମୀ ୨୬-୬-୨୦୧୮ ରୁ ୪-୫-୨୦୨୨ ଏବଂ ୮-୬-୨୦୨୨ ରୁ ରାୟ ପ୍ରକାଶ ପାଇବା ଦିନ ପର୍ଯ୍ୟନ୍ତ ଗିରଫ ହୋଇ ବାରିପଦା ସର୍କଲ ଜେଲ ରେ ବିଚାରାଧିନ କଏଦୀ ଭାବେ ଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଏଥି ସହିତ ଦୁଷ୍କର୍ମ ର ଶୀକାର ହୋଇଥିବା ପୀଡିତା କୁ କ୍ଷତି ପୂରଣ ବାବଦରେ ଚାରି ଲକ୍ଷ ଟଙ୍କା ଜିଲା ଆଇନ ସେବା ସହାୟତା କତ୍ତୃପକ୍ଷ ଙ୍କୁ ପୈଠ କରିବା ପାଇଁ ଅଦାଲତ ପକ୍ଷରୁ ନର୍ଦ୍ଧେଶ ଦିଆଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।