Onn 3

ସଚ୍ଚିଦାନନ୍ଦ ଗୁରୁକୁଳ ରେ ଗୁରୁଦିବସ ପାଳିତ

State

ଡାକ୍ତର ଓ ଓକିଲଙ୍କ ପରି ଶିକ୍ଷକଙ୍କ ମଧ୍ୟ ଅବସର ନ ଥାଏ  l

ବାରିପଦା: ମୁର୍ଗାବାଡିସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳ ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଗୁରୁଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଅନାଦି ଚରଣ ବିଧାଣୀ ମୁଖ୍ୟ ଅତିଥି, ପୂର୍ବତନ ନର୍ସିଂ ନିର୍ଦେଶକ ଡ଼ା ପ୍ରାଣକୃଷ୍ଣ ବେହେରା, ପୂର୍ବତନ ଆୟାକର ଅଧିକାରୀ ତପନ ପଟ୍ଟନାୟକ, ସଚ୍ଚିଦାନନ୍ଦ ଗୁରୁକୁଳର ଆଇମାଆ ସେହ୍ନଳତା ବେହେରା, ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇ ଆମ ଦେଶର ଗୁରୁ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ l ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ପୌରହିତରେ ପିଲାମାନଙ୍କୁ ଗୁରୁ ପାଦୁକା ପୂଜା କରାଇବା ସହିତ ଗୁରୁ ସହସ୍ର ନାମ ଅର୍ଚନା କରାଇଥିଲେ l
ଅବସର ପ୍ରାପ୍ତ ଶିକ୍ଷକ ସରୋଜ ଦାସ, ବିନୋଦ ମହାନ୍ତି, ପ୍ରଫୁଲ୍ଲ ଦାସ, ପ୍ରମୋଦିନ ପଟ୍ଟନାୟକ, କମଳିନୀ ପଟ୍ଟନାୟକ, ସୁରତିବାଳା ଦାସ, ହୃଦାନନ୍ଦ ଆଚାର୍ଯ୍ୟ, କ୍ରିଷ୍ଣା ଘୋଷ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l

ଯେତେ ବୟସ ହେଉନା କାହିଁକି ଯେତେ ଦିନ ପ୍ରଯ୍ୟନ୍ତ ଶରୀର ଓ ମାନସିକ ଅବସ୍ଥା ଭଲ ଥିବ ସେତେଦିନ ପ୍ରଯ୍ୟନ୍ତ ସେମାନେ ତାଙ୍କର ସେବା ଦେଇପାରିଥାନ୍ତି, ସେମାନଙ୍କ ଅବସର ନେବାର ବୟସ ନ ଥାଏ, ସରକାରୀ କାର୍ଯ୍ୟରୁ ଅବସର ନେଲେ ମଧ୍ୟ ଶିକ୍ଷା ଦାନ କରିବାରେ ବୟସ ପ୍ରତିବନ୍ଧକ ହୋଇ ନ ଥାଏ l “- ସେମାନେ ନିଜ ନିଜ ଭାଷଣରେ କହିଥିଲେ l
ଏବେ କାର୍ଯ୍ୟରତ ଥିବା ଏଲ ଆଇ ସି କଲୋନୀ ମଧ୍ୟ ଇଂରାଜୀ ବିଧ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବ କୁମାର ପାତ୍ର, ଭଂଜପୁର ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ କଳ୍ପନା ନନ୍ଦୀ, ମହାରାଣୀ ପ୍ରେମ କୁମାରୀ ଉଚ୍ଚ ବିଧ୍ୟାଳୟର ବରିଷ୍ଠ ଶିକ୍ଷକ ବିଶେଶ୍ଵର ଦ୍ବିବେଦୀ, ପ୍ରାଥମିକ ବିଧ୍ୟାଳୟର ଶିକ୍ଷୟିତ୍ରୀ ନିବେଦିତା ପାତ୍ରଙ୍କୁ ମଧ୍ୟ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା l ଉପସ୍ଥିତଥିବା ସମସ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଫୁଲଚନ୍ଦନ ଦେଇ ବନ୍ଦନା ପିଲାମାନଙ୍କ ଦ୍ୱାରା କରାଯାଇଥିଲା l

ଶିକ୍ଷକ କୈଳାଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱ ଆୟୋଜିତ ସଭାରେ ଶିକ୍ଷୟତ୍ରୀ ମମତା ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ l ଗୁରୁକୁଳର ବିଷ୍ଣୁପଦ ବେରା, ଟ୍ରଷ୍ଟି ସବ୍ୟସାଚୀ ପଲେଇ, ରୀତିକା ଖଣ୍ଡେୱାଲ, କାତ୍ୟାୟିନୀ ଦାଶ, ମୁନି ଦାଶ, ଯୀଶୁ ନାୟକ, ବୈଷନବୀ ପରିଡା, ଭବେଶ ବେହେରା ପ୍ରମୁଖ ନିଜ ନିଜ ଅଭିଭାଷଣ ରଖିଥିଲେ l ନେନାବତୀ, ମୋନାଲିସା ଜେନା, ଅନ୍ୟାଶା ଗିରି, ଶିବାଙ୍ଗି ଖଣ୍ଡେଲୱାଲ, ଲିତା ମହାନ୍ତ ନୃତ୍ୟ କରିଥିଲେ l ଗୁରୁକୁଳ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା l ଉର୍ମିଳା ବେରା, ସମ୍ପଦ ଦାଶ, ହିମାଂଶୁ ପାଣି ସହଯୋଗ କରିଥିଲି l ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଚିନ୍ମୟ ମିଶନର ସମ୍ପାଦକ ଅଜିତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l