Photo1 For The News Of Dharana

ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଦାବିରେ ଧାରଣା, ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

State

ଆଗରପଡ଼ା :ଉପସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠାରେ ଅହେତୁକ ବିଳମ୍ବକୁ ନେଇ ସୋମବାର ଭଦ୍ରକ-ଆଗରପଡ଼ା ପୂର୍ତ୍ତବିଭାଗ ମୁଖ୍ୟରାସ୍ତା ରାସ୍ତାର ଜାମବଣି ଛକ ଠାରେ ବୋଡ଼କ ପାଟଣା ଓ ବୋଡ଼କ ମୁଆଜିବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଡ଼କାଯାଇଥିବା ଧାରଣାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ବସିବାରୁ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଉଭୟ ପାଶ୍ୱର୍ ରାସ୍ତାରେ ଶତାଧିକ ଗାଡ଼ି ଅଟକ ରହିଥିଲା । ପରେ ଅତିରିକ୍ତ ତହସିଲଦାର ପ୍ରଶାନ୍ତ ପୁହାଣ,ଏସଡ଼ିପିଓ ତ୍ରୀଲୋଚନ ସେଠୀ,ଆଗରପଡ଼ା ଥାନା ଓଆଇସି ଶ୍ରୀକାନ୍ତ ପତି ପ୍ରମୁଖ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇବାକୁ ନିର୍ଦ୍ଦେଶ ଦେବାର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଉକ୍ତ ଧାରଣାରେ ରାଜକିଶୋର ସ୍ୱାଇଁ, ରାଜୀବଲୋଚନ ଜେନା, ଅଭୟ ସ୍ୱାଇଁ, ଲକ୍ଷ୍ମୀଧର ଲେଙ୍କା, ଦୁର୍ଯ୍ୟୋଧନ ପତି, ରାଜକିଶୋର ରାଉତ, ଆଶିଷ ବାରିକ, ଦିଲ୍ଲିପ ସ୍ୱାଇଁ, ପର୍ଶୁରାମ ରାଉତ, କାର୍ତ୍ତିକ ରାଉତ, ଶଶୀକାନ୍ତ ଘଡ଼ାଇ, ବିକାଶ ସ୍ୱାଇଁ, ଗୌରାଙ୍ଗ ରାଉତ, ରାମଚନ୍ଦ୍ର ପତି, ବିଶ୍ୱନାଥ ଜେନା, ପ୍ରକାଶ ଯେନା, ରତ୍ନାକର ରାଉତ, ସଂଜୟ ପାଳ, ଗୌରୀ ରାଉତ, ରଜନୀ ସ୍ୱାଇଁ, ରଶ୍ମିତା ସ୍ୱାଇଁ, ରଜନୀ ଯେନା, ଶାନ୍ତଲତା ଲେଙ୍କା, ଦେବକୀ ସ୍ୱାଇଁ, ଅନ୍ନପୂର୍ଣ୍ଣା ରାଉତ, ମୀନାରାଣି ରାଉତ, ସରସ୍ୱତୀ ରାଉତ, ଗୀତାଜଂଳ ରାଉତ, କାବେରୀ ରାଉତ, ସବିତା ଯେନା, ଭାରତୀ ଯେନା, କଣ୍ଡେଇ ଯେନା ଏବଂ ସୁକାନ୍ତୀ ଓଝା ପ୍ରମୁ୍‌ଖଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

Photo2 For The News Of Dharana

ସୂଚନାଅନୁଯାୟୀ; ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଳକ ଅଧିନସ୍ଥ ଓଡ଼ଙ୍ଗ ପଂଚାୟତର ବୋଡ଼କପାଟଣା ଠାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଚିଠିନଂ୬୩୦୫/୨୯.୦୫.୨୪ ଅନୁସାରେ ଏକ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ୩ମାସ ବିତିବାକୁ ବସିଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଗ୍ରାମବାସୀ କାର୍ଯ୍ୟ ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର କୌଣସି ଚାପର ବସବର୍ତ୍ତୀ ହୋଇଥିବାର ଅନୁମାନ କରିବା ସହିତ ମୁଖ୍ୟମନ୍ତ୍ରୀ ଯଥାଶିଘ୍ର ଏହାର ତଦାରଖ କରି ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣରେ ପଦକ୍ଷେପ ନେବାପାଇଁ ଗ୍ରାମର ରାଜକିଶୋର ସ୍ୱାଇଁ, ଅଭୟ ସ୍ୱାଇଁ, ଲକ୍ଷ୍ମିଧର ଲେଙ୍କା, ଦୁର୍ଯ୍ୟୋଧନ ପତି, ପର୍ଶୁରାମ ରାଉତ, ଅଲେଖ ବାରିକ,ସଂଜୟ ପାଳ, ନୃସିଂହଚରଣ ଦାସ,ରାଜୀବଲୋଚନ ଜେନା ,ପ୍ରକାଶ ଚନ୍ଦ୍ର ଜେନା, ରାଜକିଶୋର ରାଉତ, ଶରତଚନ୍ଦ୍ର ବାରିକ, ହୃଦାନନ୍ଦ ରାଉତ, ଭ୍ରମରବର ଓଝା, ରମେଶଚନ୍ଦ୍ର ରାଉତ, ନାରାୟଣ ପତି, ସଂଜୟ ତ୍ରିପାଠୀ, ହେମନ୍ତ ସ୍ୱାଇଁ, ରଘୁନାଥ ଓଝା, ରବିନ୍ଦ୍ର ମଣ୍ଡଳ, ଆଶିଷ ବାରିକ ପ୍ରମୁ୍‌ଖ ପତ୍ର ମୀଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ । ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସୋମବାର ଭଦ୍ରକ-ଆଗରପଡ଼ା ପୂର୍ତ୍ତବିଭାଗ ରାସ୍ତାର ଜାମବଣି ଛକରେ ସମଗ୍ର ଗ୍ରାମବାସୀ ଅନଶନରେ ବସିବାକୁ ବାଧ୍ୟ ହେବେ ବୋଲି ସୂଚନା ପ୍ରଦାନ କରିଥିଲେ ।