Onn 3

ମହିଳାଙ୍କୁ ବୀଭତ୍ସ ହତ୍ୟା

Crime State

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଥିବା ତ୍ରିନାଥ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ କବିତା ବେହେରା ଓ ତାଙ୍କ ବୟସ ୪୩ ବର୍ଷ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଖବର ପାଇ ଘଟଣାସ୍ଥଳରେ ଜଗତପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କବିତା କିଛି ଦିନ ତଳେ ଦ୍ଵିତୀୟ ବିବାହ କରିଥିଲେ। ତାଙ୍କ ସ୍ୱାମୀ କରୁଣାକର ମହାଳିକଙ୍କ ସହ କବିତାଙ୍କର ନିୟମିତ କଳହ ଲାଗି ରହୁଥିଲା। ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇ ଥିବା ମଧ୍ୟ ଜଣାପଡ଼ିଛି। ଏଣେ କରୁଣାକର ଫେରାର ଅଛନ୍ତି। ଫଳରେ ସ୍ୱାମୀଙ୍କ ଉପରେ ପୁଲିସର ସନ୍ଦେହ ଘନୀଭୂତ ହୋଇ। ପୁଲିସ କରୁଣାକରଙ୍କୁ ଖୋଜିବା ଲାଗି ପ୍ରଚେଷ୍ଟା ଆରମ୍ଭ କରିଥିବା ଜଣାଯାଇଛି।