Onn 3

ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟ

State

 

college

ଭୁବନେଶ୍ବର: ପୁଣି କଡ଼ାକଡି ହେବ ଅଧ୍ୟାପକଙ୍କ ଉପସ୍ଥାନ । ଡିଗ୍ରୀ କଲେଜ ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟ । ଏଥିପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କଡାକଡି କରାଯିବ । ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ଏହା କରାଯାଇଛି ବୋଲି ବିଧାନସଭାରେ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଦୈନିକ ୭ ଘଣ୍ଟାର ମାସିକିଆ ରିପୋର୍ଟ ରଖିବ ଉଚ୍ଚଶିକ୍ଷା ବିଭାଗ । ସେହିପରି ଶିକ୍ଷାର୍ଥୀଙ୍କ ଉପସ୍ଥାନ ୭୫% ର ବି ତଥ୍ୟ ରଖିବ ବିଭାଗ । ୭୫% ଉପସ୍ଥାନରୁ କମ ଶିକ୍ଷାର୍ଥୀଙ୍କ ତଥ୍ୟ ବି ରଖାଯିବ । MCL ପକ୍ଷରୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ UPSC ପ୍ରଶାସନିକ ସେବା ଲାଗି କୋଚିଂ ଦିଆଯିବ। ଆଇଏଏସ ଓ ଓଏଏସ ଅଫିସରମାନେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ମୋଟିଭେଟ୍ କରିବାକୁ ଯୋଜନା କରାଯାଇଛି ବୋଲି ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ଅନ୍ୟପଟେ ରାଜ୍ୟରେ ନୂଆ ଡିଗ୍ରୀ କଲେଜ ନଖୋଲିବାକୁ ଓ ସିଟ ନ ବଢାଇବାକୁ ଗତ ୧୬ ତାରିଖରେ ଉଚ୍ଚଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।