Onn 3

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ମହିଳା ଆଟେଣ୍ଡାଣ୍ଟ ସସପେଣ୍ଡ

State

 

capital hos

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ  ।  ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି  । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି  । ଆବଶ୍ୟକ ପଡିଲେ ଦୋଷୀଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।  ସୂଚନା ମୂତାବକ ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା ।  ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି  । ସୋମବାର ରାତି  ସାଢେ ୧୦ ଟାରେ ପୁଅ ହେଲା ବୋଲି ତାଙ୍କୁ ସୂଚନା ମିଳିଥିଲା  ।

ମାତ୍ର ଫଟୋ ଉଠାଇବାବେଳେ ସେ ଝିଅ ହୋଇଥିବା ଦେଖିଥିଲେ । ଡିଏନଏ ଟେଷ୍ଟ ହେଉ, ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ମାଆ ଓ ଛୁଆଙ୍କୁ ନେବିନି ବୋଲି ସେହି ବ୍ୟକ୍ତି ଜଣଙ୍କ କହିଥିଲେ  ।  ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ  ।  ଅଭିଯୋଗକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ  । ଆଜି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ଗାଇନିଂ ଓ୍ବାର୍ଡର ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ  ନିଲମ୍ବିତ କରାଯାଇଛି ।