Onn 3

ଭାରତର ପଦକ ସଂଖ୍ୟା ୨୨ରେ ପଂହଚିଲା

sports

 

med

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ୪ର୍ଥ ଦିନ ଶୁଟିଂରେ ଭାରତ ୨ ସ୍ୱର୍ଣ୍ଣ ସମେତ ୭ ପଦକ ଜିତିଥିଲେ । ୪ର୍ଥ ଦିବସ ଶେଷ ସୁଦ୍ଧା ଭାରତ ଓଭରାଲ ୫ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ଜିତିଛି । ବୁଧବାର ୨୫ ମିଟର ପିସ୍ତଲ ଇଭେଂଟରେ ୩୪ ସ୍କୋର ସହିତ ଈଶା ସିଂ ରୌପ୍ୟ ପଦକ ଜିତିଥିଲେ । ୫୦ ମିଟର ଏୟାର ରାଇଫଲ ଥ୍ରୀ ପୋଜିଶନରେ ସିଫତ କୌର ୪୬୯.୬ ସ୍କୋର ସହ ବିଶ୍ୱରେକର୍ଡ ସମକକ୍ଷ ହୋଇ ସ୍ୱର୍ଣ୍ଣ ହାତେଇଥିଲେ । ଆଶୀ ଚୌକସୀ ଓ ସେଲିଂରେ ବିଷ୍ଣୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଶଟଗନ ସ୍କିଟରେ ଅଙ୍ଗଦ ଆନନ୍ଦ ବୀର ସିଂ ବାଜୱା, ଅନନ୍ତ ଜିତ ସିଂ ଓ ଗୁରରୋଜତ ସିଂ ଟିମ ଇଭେଂଟରେ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲେ ।

ମନୁ ଭାକର, ଈଶା ସିଂ ଓ ରିଦ୍ଦମ ସାଙ୍ଗୱାନ ୨୫ ମିଟର ର‌୍ୟାପିଡ ପିସ୍ତଲରେ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ୫୦ ମିଟର ରାଇଫଲ ଥ୍ରୀ ମହିଳା ଶୁଟିଂ ଟିମ ଇଭେଂଟରେ ସିଫତ କୌର, ମିନି କୌଶିକ ଓ ଆଶୀ ଚୌକସୀ ରୌପ୍ୟ ପଦକ ଜିତିଥିଲେ । ଉଶୁରେ ଭାରତର ରୋଶବିନା ନାଓରେମ ପଦକ ନିଶ୍ଚିତ କରିଛନ୍ତି । ଫାଇନାଲରେ ସେ ଚୀନର ଜିୟା ଓଭେଇ ଉଙ୍କୁ ଭେଟିବେ ।