ବାରିପଦା : ବେତନଟୀ ଏମପିସି ହାଇସ୍କୁଲ ଖେଳପଡିଆ ସ୍ଥିତ କ୍ରିକେଟ କ୍ଲବ ସଭାଗୃହ ରେ ବେତନଟୀ ପ୍ରିମିୟର ଲିଗ ସିଜିନ – ୧୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ସମ୍ପୁର୍ଣ୍ଣ ହୋଇଛି। ଆସନ୍ତା ଡ଼ିସେମ୍ବର ମାସ ୧୬ ତାରିଖରେ ଖେଳା ଯିବାକୁ ଥିବା ଏହି ଲିଗ୍ ପାଇଁ ମୋରଡା, ଉଦୁଳା, କପ୍ତିପଦା, ରାସଗୋବିନ୍ଦପୁର, ଚିତ୍ରଡା, ଖୁଣ୍ଟା, ବଡ଼ସାହି, ମାଣତ୍ରୀ ସମେତ ବେତନଟୀ ରୁ ଖେଳାଳି ଓ ଟିମ୍ ମାଲିକ ମାନେ ଏହି ନିଲମ ପ୍ରକ୍ରିୟା ରେ ସାମିଲ ହୋଇଥିଲେ। ଆୟୋଜକ ବିସିସିର ସଭାପତି ଶଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ୧୨୭ ଜଣ ଖେଳାଳି ନିଲାମ ପୂର୍ବରୁ ନିଜ ନାମ ପଞ୍ଜିକରଣ କରିଥିଲେ। ବାହାନଡ଼ା ଟାଇଗର ମାଲିକ ପ୍ରିୟଜିତ ନାୟକ ଥିବା ବେଳେ ଆଇକନ୍ ଖେଳାଳି ଭାବେ ଚିନ୍ମୟ ପଣ୍ଡିତ , ମାଣତ୍ରୀ ଟାଇଟନ୍ର ମାଲିକ ଛତିଶ କୁମାର ସାହୁ ଥିବା ବେଳେ ଆଇକନ ଖେଳାଳି ଅନୁପ କୁମାର ପରିଡ଼ା , ବଡ଼ସାହି ମା ଦୂର୍ଗା ଫାଇଟର ମାଲିକ ରତିକାନ୍ତ ମହାନ୍ତ ଥିବା ବେଳେ ଆଇକନ୍ ଖେଳାଳି ସଞ୍ଜୟ କୁମାର ପରିଚ୍ଛା , ୧୧- ଷ୍ଟାର୍ ମୋରଡ଼ାର ମାଲିକ ସୌମ୍ୟ ମହାପାତ୍ର ଥିବା ବେଳେ ଆଇକନ୍ ଖେଳାଳି ସାଗର ଭୋଇ, ଦାନୀ-୧୧ ପାରିଆକୁଲି ଚିତ୍ରଡା ର ମାଲିକ ବିକ୍ରମ କେଶରୀ ବେହେରା ଥିବା ବେଳେ ଆଇକନ୍ ଖେଳାଳି ମନୋଜ କୁମାର ସି , ଆରିଅନ ଫାଇଟର ମାଲିକ ରାଜୀପ କୁମାର ପାତ୍ର ଥିବା ବେଳେ ଆଇକନ ଖେଳାଳି ସରୋଜ କୁମାର ଭୋଇ ପ୍ରମୁଖ ନିଲାମ ପ୍ରକ୍ରିୟା ରେ ଅଂଶଗ୍ରହଣ କରିଥିଲେ। ଚଳିତବର୍ଷ ଉଦ୍ୟମାନ ବ୍ୟାଟ୍ସମ୍ୟାନ୍ ଶୁଭାଶିଷ ଦେ କୁ ଦାନୀ -୧୧ ସର୍ବାଧିକ ୩୯ ହଜାର ଟଙ୍କା ଦେଇ କିଣିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଲବ ର ଉପସଭାପତି ଦିଲ୍ଲିପ ରାଉତ, ପ୍ରକାଶ ଜ୍ୟୋତି ଆଦିତ୍ୟ, ସଠିଲୋ ସମିତି ସଭ୍ୟ କିଶୋର କୁମାର ନାୟକ, ପ୍ରଶାନ୍ତ ନାଥ, ସୁଧାକର ପଣ୍ଡା, ୩୫ ନମ୍ଵର ମଣ୍ଡଳ ସମ୍ପାଦକ ଜୀବନ ପରିଡା, ଶିକ୍ଷକ ହୃଷିକେଶ ମହାନ୍ତ , ଯଶୋବନ୍ତ ବେହେରା, ଗୈାରବ ନାଥ, କେଶବ ନାଥ, ରବିନ୍ଦ୍ର କୁମାର ସାହୁ, ବିକାଶ ଦାସ, ଚନ୍ଦ୍ର ଶେଖର ବେରା, ରିଙ୍କୁ ସାହୁ, ଭୈରବ ନାଥ, ଭାଗ୍ୟରଞ୍ଜନ ବେହେରା, ରାହୁଲ ରାଜ ବେହେରା , ମନୋଜ ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ନିଲାମ ପ୍ରକ୍ରିୟା ସମ୍ପାଦନ କରିଥିଲେ।