ବାରିପଦା: ଆଜି ମୟୁରଭଞ ଜିଲା ବେତନଟି ରେଞ ମୋରଡା ବ୍ଲକ ର ଦୂର୍ଗାପୁର ସଂରକ୍ଷିତ ଜଙ୍ଗଲ ର ସୁନାହଜାରୀ ନିକଟରୁ ଏକ ଦନ୍ତା ହାତ ର ମୃତଦେହ କୁ ବନବିଭାଗ ଉଦ୍ଧାର କରିଅଛି । ସୂଚନାଯୋଗ୍ୟ ଯେ ବିଗତ ତିନିଦିନ ହେବ ଏକ ଏଗାର ଟିକିଆ ହାତୀ ପଲ ସୁବାହଜାରେ ଗ୍ରାମ ନିକଟରେ ଉପଦ୍ରବ ଚଲାଇ ଆସୁଥିଲେ । ଆଜି ଅପରାହ୍ନ ପାଖାପାଖି ୨ ଟା ସମୟରେ ଉକ୍ତ ଗ୍ରାମର ବାସିନ୍ଦା ମହେଶ୍ୱର ମହାନ୍ତ ତାଙ୍କ ବିଲକୁ ପାଣି ଛାଡିବାକୁ ଯାଇଥିବା ସମୟରେ ବିଲରୁ ଅଳ୍ପ ଦୂରରେ ଥିବା ଏକ ଦଲଦଲିରେ ଏକ ହାତୀ ଶୋଇଥିବାର ଦେଖିଥିଲେ । ପାଖକୁ ଯାଇ ଦେଖିଲା ବେଳକୁ ହାତୀ ଟି ର ମୃତ୍ୟୁ ହୋଇଥିବାର ଜାଣିବାକୁ ପାଇଥଲେ । ଏହାପରେ ସଙ୍ଗେ ସଙ୍ଗେ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗର ଏସିଏଫ ରବି ନାରାୟଣ ମହାନ୍ତି , ବେତନଟୀ ରେଞର ମନଓାର ଖାଁ , ଫରେଷ୍ଟର ପ୍ରଶାନ୍ତ କୁମାର ସିଂସାମନ୍ତ , ଦୀପକ କୁମାର ପାତ୍ର , ଫରେଷ୍ଟ ଗାର୍ଡ ବିଜୟ କୁମାର ମହାନ୍ତ ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ ବନବିଭାଗ କର୍ମଚାରୀ ପହଞ୍ଚି ମୃତ ହାତୀ ର ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି । ଦୁଇ ଗୋଟି ଅଳ୍ପ ବୟସର ଦନ୍ତ ହାତୀ ତିନିଦିନ ହେବ ଲଢେଇ କରୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଘମାଘଟ ଲଢେଇ ଓ ହାତୀ ର ଗର୍ଜନ ଶୁଣି ଗ୍ରମବାସୀମାନ ଭୟଭୀତ ହୋଇପଡିଥିଲେ । ହାତୀଟିର ଶୁଣ୍ଢ ଟି ପଙ୍କ କାଦୁଅ ଭିତରେ ପଶି ଥିବାବେଳେ ପାଟିରୁ ରକ୍ତ ବାହାରୁଥିବାର ଦେଖାଦେଇଅଛି । ହାତୀ ହାତୀ ମଧ୍ୟରେ ଲଢେଇ ହୋଇ ପଙ୍କ କାଦୁଅ ଭିତରେ ପଶି ଅଣନିଶ୍ୱାଶ ହୋଇ ମରିଥିବାର ବନବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଇଅଛି ।