Img 20240211 Wa0225

ଯମ ପଡିଆ ପ୍ରିମିୟାର ଲିଗ ଉଦଯାପିତ, ପାୱାର ହିଟର୍ସ ଚମ୍ପିୟାନ

sports

ବାରିପଦା: ମୁର୍ଗାବାଡି ସ୍ଥିତ ଯମ ପଡିଆରେ ୭ମ ବାର୍ଷିକ ଯମ ପଡିଆ ପ୍ରିମିୟାର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ ପାୱାର ହିଟର୍ସ ବ୍ଲିଜାର୍ଡ ୧୭ ଦଳକୁ ୮ ରନରେ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ପାୱାର ହିଟର୍ସ ୧୦ ଓଭରରେ ୩ ଉଇକେଟ ହରାଇ ୧୨୫ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ମନୋଜ ନାଏକ ୪୩ ଓ ବୁଦ୍ଧଦେବ ନାଏକ ୩୭ ରନ କରିଥିଲେ I ଉତ୍ତରରେ ବ୍ଲିଜାର୍ଡ ୧୭ ଦଳ ୧୦ ଓଭରରେ ୬ ଉଇକେଟ ହରାଇ ୧୧୭ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ସତ୍ୟଜିତ ଘୋଷ ୨୬ ଓ କିଶୋର ସିଂହ ୨୦ ରନ କରିଥିବା ବେଳେ ବିପକ୍ଷ ଦଳର ଭବତୋଷ ଶେଜପଡା ୩ ଓ ମନୋଜ ନାଏକ ୨ ଟି ଉଇକେଟ ଅକ୍ତିଆର କରିଥିଲେ I ନିମାୟ ସୋରେନ ଓ ଚନ୍ଦନ ବିନ୍ଧାଣି ଖେଳ ପରିଚାଳନା କରିଥିବା ବେଳେ ଆଲୋକ ରଞ୍ଜନ ପୁହାଣ ଓ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I ଶ୍ରୀକାନ୍ତ କୁମାର ଓ ଶିବ ଶଙ୍କର ଟୁଡୁ ଧାରା ବିବରଣୀ ପ୍ରଦାନ କରିଥିଲେ I ମନୋଜ ନାଏକ ମ୍ୟାନ ଅଫ ଦି ମ୍ୟାଚ, ଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ ଦି ସିରିଜ ଭାବେ ଏବଂ ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ଶିବଶଙ୍କର ଟୁଡୁ ପୁରସ୍କୃତ ହୋଇଥିଲେ I ଚମ୍ପିୟାନ ଦଳକୁ ୨୦ ହଜାର ଓ ରନର୍ସ ଅପ ଦଳକୁ ୧୦ ହଜାର ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଭାଦବ ହାଁସଦା, ସମାଜସେବୀ ଅମର କୁମାର ସେଠି ଓ ଯୁବନେତା କାମିନୀ କାନ୍ତ ପରିଡା ତଥା ଆୟୋଜକ ପ୍ରକାଶ ସିଂ, ମିଲନ ସିଂ ଓ ସୁମନ ଶେଖର ପ୍ରମୁଖ ଉପସ୍ଥିତ ଥିଲେ I