Img 20240211 Wa0231

ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଭି ଆର ସି ସି ଚମ୍ପିୟାନ

sports

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ୧ନଂ ୱାର୍ଡ କାଉନସିଲର ସୁକେଶିନୀ ସେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭି ଆର ସି ସି ଦଳ ଭି ଏସ ସି ସି ଦଳକୁ ୭ ଉଇକେଟରେ ପରାସ୍ତ କରି ଏ ବର୍ଷର ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଭି ଏସ ସି ସି ୧୦ ଓଭରରେ ୩ ଉଇକେଟ ହରାଇ ୧୧୬ ରନ କରିଥିଲେ I ଦଳ ପକ୍ଷରୁ କ୍ଷିତୀଶ ଚନ୍ଦ୍ର ମହାକୁଡ଼ ୩୮ ଓ ଆଶିଷ କୁମାର ସେଠି ୩୩ ରନ କରିଥିବା ବେଳେ ବିପକ୍ଷ ଦଳର ରତ୍ନାକର ବେଶ୍ରା ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଭି ଆର ସି ସି ଦଳ ୯ ଓଭରରେ ୩ ଉଇକେଟ ହରାଇ ୧୧୮ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ବୀରେନ୍ଦ୍ର ବେଶ୍ରା ୬୦ ଓ ସଙ୍ଗମ ନାଏକ ୩୬ ରନ କରିଥିବା ବେଳେ ବିପକ୍ଷ ଦଳର ଦୀପକ ବାରିକ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଅନିଲ ମହାପାତ୍ର ଓ ଦେବବ୍ରତ ସିଂବାବୁ ଖେଳ ପରିଚାଳନା କରିଥିବା ବେଳେ ଅନିଶ ମିଶ୍ର ସ୍କୋରିଙ୍ଗରେ ସହାୟତା କରିଥିଲେ I ଦୀପକ ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ I ବୀରେନ୍ଦ୍ର ବେଶ୍ରା ମ୍ୟାନ ଅଫ ଦି ମ୍ୟାଚ, ଆଶିଷ କୁମାର ସେଠି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ମ୍ୟାନ ଅଫ ଦି ସିରିଜ ଏବଂ ଦୀପକ ବାରିକ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ ହୋଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପୁରସ୍କାର ବିତରଣ କରିବା ସହ ଏଭଳି ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିବାରୁ ୧ ନଂ ୱାର୍ଡର କାଉନସିଲରଙ୍କ ଉଦ୍ୟମ ପାଇଁ ପ୍ରଶଂସା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅମର କୁମାର ସେଠି, ଆଇନଜୀବୀ କୃଷ୍ଣଚନ୍ଦ୍ର ମହାନ୍ତି, ରବୀନ୍ଦ୍ର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ I ସୋମନାଥ ସିଂହ ପୁରସ୍କାର ବିତରଣୀ ଉତ୍ସବ ପରିଚାଳନା କରିଥିବା ବେଳେ କ୍ଷିତୀଶ ଚନ୍ଦ୍ର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ I