Onn 3

କ୍ରିକେଟ ମାଧ୍ୟମରେ ବୃକ୍ଷ ରୋପଣ ପାଇଁ ଅଭିନଵ ପ୍ରୟାସ

sports State

ବାରିପଦା: ବର୍ଷକୁ ବର୍ଷ ପୃଥିବୀ ସହିତ ଆମ ରାଜ୍ୟର ତାପମାତ୍ରା ବୃଦ୍ଧି ଜନସାଧାରଣଙ୍କୁ ବ୍ୟତିବ୍ୟସ୍ତ କରିଚାଲିଛି I ଏହାକୁ ଲକ୍ଷ୍ୟ କରି ଜଙ୍ଗଲ ବିଭାଗ ସମେତ ବହୁ ସ୍ବେଛାସେବୀ ଓ ଅନୁଷ୍ଠାନ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଉଛନ୍ତି I ମାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ବୃକ୍ଷ ରୋପଣ କରିବାର ଏକ ଅଭିନଵ ପ୍ରୟାସ ଦେଖିବାକୁ ମିଳିଛି ରାଜଗାଙ୍ଗପୁରରେ I ଏହି ଟୁର୍ଣ୍ଣାମେଣ୍ଟରେ 10 ଟି ଦଳ ଅଂଶ ଗ୍ରହଣ କରିଥିଲେ I ଫାଇନାଲ ଖେଳ ଆରମ୍ଭ ପୂର୍ବରୁ ଜନ ଜାଗରଣ ପାଇଁ ଉଭୟ ଦଳର ଖେଳାଳିଙ୍କ ସମେତ ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳାଳି ମିଶି ଷ୍ଟାଡିୟମ ପରିସରରେ ମୋଟ 250 ଟି ଗଛ ଲଗାଇଥିଲେ I ଫାଇନାଲ ମ୍ୟାଚର ଚମ୍ପିୟାନ ଦଳ ସୁନ୍ଦରଗଡ଼ ସ୍ନାଇପର୍ସର ଅଭିଷେକ ସିଂହ ମ୍ୟାନ ଅଫ ଦି ମ୍ୟାଚ ହୋଇ ପୁରସ୍କୃତ ହେବା ସହ ସ୍ୱତନ୍ତ୍ର ଅତିଥି ଭାବେ 5 ଟି ଗଛ ଲଗାଇଥିଲେ I

ପ୍ରକାଶ ଥାଉକି ଅଭିଷେକ ମୟୁରଭଞ୍ଜର 17 ବର୍ଷରୁ କମ ଦଳର ଅଧିନାୟକ ଥିବା ବେଳେ ଦଳ ଅତି ଉଚ୍ଚ ମାନର ଖେଳ ପ୍ରଦର୍ଶନ କରିଥିଲା I ତତସହିତ ବହୁ ବର୍ଷ ଧରି ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ସେ ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିବା ସହ ରାଜ୍ୟ ସ୍ତରୀୟ ଚୟନ ଶିବିରରେ ମଧ୍ୟ ଯୋଗ ଦେଇଥିଲେ I ଏବେ ସେ ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ I