Onn 3

ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ଟାସ୍କ ଫୋର୍ସ ର ଅଚାନକ ଚଢ଼ାଉ

Crime State

ହୋଟେଲ ରୁ ସନ୍ଦେହ ଜନକ ଭାବେ ଜଣେ ନିରୀହ ଶିଶୁ ଶ୍ରମିକ ଉଦ୍ଧାର

ବାରିପଦା : ମୟୁରଭଞ୍ଜ ଜିଲ୍ଲପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ନିର୍ଦେଶ କ୍ରମେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ମୋନାଲିସା ନାୟକଙ୍କ ତତ୍ୱାବଧାନରେ ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଏ. ପି. ମହାମାନସିଂ, ଶୁଚିସ୍ମିତା ପାଣିଗ୍ରାହୀ, ଚାଇଲଡ ଲାଇନ ର ସଦସ୍ୟ ଶ୍ରୀ ଅଜୟ କୁମାର ନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ନରେନ୍ଦ୍ର ନାଥ ସି ଙ୍କୁ ନେଇ ଗଠିତ ଜିଲ୍ଲା ସ୍ତରୀୟ ଶିଶୁ ଏବଂ କିଶୋର ଶ୍ରମିକ ତଦାରଖ ଟାସ୍କ ଫୋର୍ସ ଆଜି ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରିଥିଲେ |

ଏହି ଚଢ଼ାଉ ସମୟରେ ସନ୍ଦେହ ଜନକ ଭାବେ ଗୋଟିଏ ହୋଟେଲ ରୁ ଜଣେ ଶିଶୁ ଶ୍ରମିକ କୁ ଉଦ୍ଧାର କରି ସି .ଡବ୍ଲ୍ୟୁ. ସି. (ଶିଶୁ ମଙ୍ଗଳ ସମିତି )କୁ ଉପଯୁକ୍ତ ଥଇଥାନ ନିମନ୍ତେ ହସ୍ତାନ୍ତର କରିଛନ୍ତି | ପ୍ରଶାସନ ତରଫରୁ ଏହି ପରି ଚଢ଼ାଉ କାର୍ଯ୍ୟକ୍ରମ ଜାରି ରହିବ ଏବଂଶିଶୁ ଶ୍ରମିକ ଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିବା ଦୋଷୀ ଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରକାଶ କରିଛନ୍ତି |