Onn 3

ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣା ଚେତାବନୀ

State

ଆଗରପଡ଼ା:ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ପଂଚାୟତ ରାଣିପୁର ଗ୍ରାମରେ ଜମିବାଡ଼ି ଚଂଚକତା ଘଟଣାକୁ ନେଇ ରାଜା ନାୟକଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଥାନାରେ ଅଭିଯୋଗ ହୋଇଥିଲା । ଏବଂ ଏ ସଂପର୍କରେ ଥାନାରେ ମଧ୍ୟ ମାମଲା ରୁଜ୍ଜୁ ହୋଇଥିଲା ଘଟଣାକୁ ୪ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବାରୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆସନ୍ତା ୪ ତାରିଖରେ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ପଂଚାୟତ ପୂର୍ବତନ ସରପଂଚ ତଥା ବିଜେଡ଼ି ପଂଚାୟତ ସଭାପତି ଭାଗିରଥି ସେଠୀ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଅପରପକ୍ଷରେ ପଂଚାୟତ ଯୁବ ବିଡ଼େଡ଼ି ସଭାପତି କିଶୋର ରାଉତଙ୍କୁ ଜିବନରୁ ମାରିବା ନେଇ ଧମକ ମିଳିଥିବାରୁ ସେ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।