Onn 3

ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି: ନରସିଂହ ମିଶ୍ର

State

narasingha mishra

ଭୁବନେଶ୍ବର: ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି। ଗଣତନ୍ତ୍ର କୁ ହତ୍ୟା କରାଯାଉଛି। ବିଧାନସଭାର ଆବଶ୍ୟକତା ନାହିଁ। ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଉନାହିଁ। ପ୍ରଶ୍ନର ଉତ୍ତର ମିଳୁନି। ମତେ କହିବାର ସୁଯୋଗ ଦିଆଗଲା ନାହିଁ। ମାଇକକୁ ବନ୍ଦ କରିଦିଆଗଲା। ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ସେ ଆହୁରି କହିଛନ୍ତି, ସଚିବଙ୍କ ଗସ୍ତ ମନ୍ତ୍ରୀମାନେ ବୁଝୁଛନ୍ତି। ଗାଡ଼ିରେ ଲୋକଙ୍କୁ ବୁହାଯାଉଛି। ଜିଲ୍ଲା ଏସପି, କଲେକ୍ଟର ଦଳର ଜିଲ୍ଲା ସଭାପତି ଓ ସମ୍ପାଦକ ଭାବେ କାମ କରୁଛନ୍ତି। ପ୍ରକୃତରେ ଯଦି ଲୋକଙ୍କ ସମସ୍ୟା ସେ ଶୁଣୁଛନ୍ତି ତାହାଲେ କାହିଁକି ଆଜି ରାଜା ରାସ୍ତାରେ ସରକାରୀ କର୍ମଚାରୀ ଧାରଣା ଦେଉଛନ୍ତି। ସତ କଥା ହେଲା ୫-ଟି ସଚିବ ନିର୍ବାଚନୀ ପ୍ରଚାର ପାଇଁ ଯାଉଛନ୍ତି। ଯିଏ ସମାଲୋଚନା କରୁଛି, ତା ପ୍ରତି ପ୍ରତିହିଂସା ପରାୟଣ ହେଉଛନ୍ତି। ଗଣମାଧ୍ୟମର କଣ୍ଠରୋଧ କରାଯାଉଛି।

ବିଜେଡ଼ି ଓ ବିଜେପି ଭିତରେ ସଲା କୁସ୍ତି ଚାଲିଛି। ମଣିପୁର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିଲେ। ୧୦ ରୁ ୮ ମାର୍କ ଦେଇଛନ୍ତି। ଏହା ଦୁର୍ଭାଗ୍ୟଜନକ। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହ ୫-ଟି ସଚିବ ଆଲୋଚନା କରୁଛନ୍ତି। ଉଭୟ ଦଳର ନୈତିକତା ନାହିଁ।