Onn 3

ବାଳିକା ହାଇସ୍କୁଲ ପରିଚାଳନା କମିଟି ଗଠନ

State

ଆଗରପଡ଼ା: ଜିଲ୍ଲାର ଅନ୍ୟତମ ପୁରାତନ ତଥା ଏା÷ତିହ୍ୟ ସଂପନ୍ନ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ପରିଚାଳନା କମିଟି(ଏସଏମସି)ଗଠନ ହୋଇଯାଇଛି । ସାମ୍ବାଦିକ ଅକ୍ଷୟ ସିଂହ,ଦୋଳଗୋବିନ୍ଦ ନାଥ,ଗଗନ ସିଂହ,ମନମୋହନ ରାଉତ,ହରିହର ପାଣିଗ୍ରାହୀ,କବିତା ଜେନା,ଶାନ୍ତିଲତା ସେଠୀ,ପଦ୍ମାବତୀ ବେହେରା,ବର୍ଷାରାଣୀ ମଲ୍ଲିକ,ତିଳୋତ୍ତମା ନାୟକ,ସରସ୍ୱତୀ ନାୟକ ପ୍ରମୁଖ ୩ବର୍ଷ ପାଇଁ ସଭ୍ୟ/ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି ।

ଆସନ୍ତା ୨୧ ତାରିଖରେ କମିଟି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ । ଅଧ୍ୟାପକ ବ୍ରଜମୋହନ ପତିଙ୍କ ସଭାପତିତ୍ୱ ଓ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ ରାଉଳଙ୍କ ସଂଯୋଜନାରେ ଆଯୋଜିତ ଏହି କାର୍ଯ୍ୟକ୍ରମରେ ଭୀମସେନ ପାଳ,ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା,ପ୍ରମୋଦିନୀ ସାହୁ,ରଂଜିତା ଶିଅଳ,ବିଦ୍ୟୁତଲତା ଦାଶ,ସୁଶାନ୍ତ ଜେନା,ଇତିଶ୍ରୀ ଜେନା,ସାବିତ୍ରୀ ଦାଶ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ମୋଟ ୩୬୫ଜଣ ଅଭିଭାବକଙ୍କ ମଧ୍ୟରୁ ରେକର୍ଡ଼ ସଂଖ୍ୟକ ୨୦୨ ଜଣ ଅଭିଭାବକ ନିର୍ବାଚନରେ ଭାଗ ନେଇଥିଲେ ।