Accident 6

ଓଲଟିଲା ଯାତ୍ରୀବାହୀ ବସ୍, ୧୦ରୁ ଉର୍ଦ୍ଧ୍ବ ଆହତ

State

ଭୁବନେଶ୍ବର : ଗୋପାଳପୁରରେ ଓଲଟିଲା ଯାତ୍ରୀବାହୀ ବସ୍ । ୧୦ରୁ ଉର୍ଦ୍ଧ୍ବ ଆହତ । ପେଟ୍ରୋଲ ପମ୍ପ ନିକଟରେ ଯାତ୍ରୀବାହୀ ବସ୍ ଓଲଟିଲା । ଭୁବନେଶ୍ବରରୁ କଟକ ଯାଉଥିଲା ଯାତ୍ରୀବାହୀ ବସ୍ । ବର୍ତ୍ତମାନ ସୁଦ୍ଧା ମୋଟ ୧୧ ଜଣ ଏସ ସି ବି ରେ ଭର୍ତ୍ତି ହୋଇଛନ୍ତି। ଏହା ଭିତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆଣିବା ସମୟରେ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ। ଅନ୍ୟ ୧୦ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

ଏହା ଭିତରେ ୨ ଜଣ ମହିଳା ଏବଂ ୮ ଜଣ ପୁରୁଷ ଅଛନ୍ତି। କୌଣସି ଛୋଟ ପିଲା ନାହାନ୍ତି। ସମସ୍ତ ୧୦ ଆହତ ବିପଦମୁକ୍ତ ଅଛନ୍ତି। ଆମେ ସମସ୍ତ ବିଭାଗର ଡାକ୍ତରମାନଙ୍କୁ ଆଲର୍ଟ ରଖିଛୁ। ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଇଛି । ୫ ଟି ଆଇ ସି ୟୁ ପ୍ରସ୍ତୁତ କରି ରଖାଯାଇଛି । ଆଉ ଅଧିକ ଆହତଙ୍କ ଭର୍ତ୍ତି ହେଲେ, ଚିକିତ୍ସା ପାଇଁ ଆମେ ପ୍ରସ୍ତୁତ ଅଛୁ । ଏସସିବିର କୁଳସଚିବ ଅବିନାଶ ରାଉତଙ୍କ ସୂଚନା।