Onn 3

ବାବା ଶିନ୍ଧୁକେଶ୍ୱର ମନ୍ଦିରକୁ ସଂଗ୍ରକ୍ଷିତ କୀର୍ତ୍ତିରାଜୀ ରୂପେ ଘୋଷଣା ପ୍ରସଙ୍ଗ, ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପତ୍ର

State

ଆଗରପଡ଼ା: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଅଣିଜୋ ଗ୍ରାମ ପଂଚାୟତରେ ପୂଜା ପାଉଥିବା ବହୁ ପୁରାତନ ଶୈବ ପୀଠ ଓ ଶ୍ରୀ ଶ୍ରୀ ବାବା ପ୍ରତାପ ଶିନ୍ଧୁକେଶ୍ୱରଙ୍କ ମନ୍ଦିର ପୁନଃ ଉଦ୍ଧାର ଓ ସୋନ୍ଦର୍ଯ୍ୟକରଣ ଏବଂ ଉକ୍ତ ମନ୍ଧିରକୁ ରାଜ୍ୟ ସଂଗ୍ରକ୍ଷିତ କୀର୍ତ୍ତିରାଜୀ ରୂପେ ଘୋଷଣା କରିବା ନିମନ୍ତେ ପଂଚାୟତବାସୀ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ; ପୁରାଣ ବର୍ଣ୍ଣିତ ବହୁ ପୁରାତନ ସୁନ୍ଦର ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରପୁର ବାବା ପ୍ରତାପ ସିନ୍ଧୁକେଶ୍ୱରଙ୍କ ବିଜେ ସ୍ଥଳୀ ଭଦ୍ରକ ଜିଲ୍ଲା ସ୍ଥିତ ବନ୍ତ ବ୍ଳକ ଅଧିନସ୍ଥ ଅଣିଜୋ ଗ୍ରାମପଂଚାୟତରେ ହୋଇଥିଲେ ସୁଦ୍ଧା ଏହା ଭଦ୍ରକ ଜିଲ୍ଲା ସମେତ ଅନ୍ୟ ୩ଗୋଟି ଜିଲ୍ଲା କେନ୍ଦୁଝର,ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାର ସୀମାବର୍ତ୍ତି ହୋଇଥିବାରୁ ଉକ୍ତ ପୁରାତନ ଶୈବପୀଠରେ ସବୁସମୟରେ ୪ଜିଲ୍ଲାରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଉକ୍ତ ଧାମରେ ଚଇତି ପର୍ବ(ପାଟୁଆ ଯାତ୍ରା), କାଉଡ଼ିଆ ମେଳା, କାର୍ତ୍ତିକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମହା ଶିବରାତ୍ରୀ ଆଦି ପର୍ବ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଥାଏ ।

ବିଶେଷ କରି ଏଠାକାର ମହା ଶିବରାତ୍ରୀ(ଜାଗର ପର୍ବ)ଏ ଅଂଚଳର ଖୁବ ପ୍ରସିଦ୍ଧ ଓ ଭକ୍ତଙ୍କ ଆଧ୍ୟାତ୍ମକ ଭାବଧାରାକୁ ଖୁବ ପ୍ରଭାବିତ କରିଥାଏ । କିନ୍ତୁ ବତ୍‌ର୍ମାନ ଉକ୍ତ ଶୈବ ପୀଠ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ସରକାର ସଂସ୍କୃତି ଓ କଳା ସ୍ଥାପତ୍ୟ ଉପରେ ଗୁରୁତ୍ୱ ଦେଉଥିବାରୁ ଉକ୍ତ ଶୈବ ପୀଠକୁ ପୁନଃ ଉଦ୍ଧାର ଓ ସୋନ୍ଦର୍ଯ୍ୟକରଣ ଏବଂ ଉକ୍ତ ମନ୍ଧିରକୁ ରାଜ୍ୟ ସଂଗ୍ରକ୍ଷିତ କୀର୍ତ୍ତିରାଜୀ ରୂପେ ଘୋଷଣା କରିବା କରିବା ନିମନ୍ତେ ପଂଚାୟତବାସୀ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିବା ଜଣାପଡ଼ିଛି ।