Onn 3

ଆଗରପଡ଼ା-ଭଦ୍ରକ ବସ ଚଳାଚଳ ବନ୍ଦ

State

ଆଗରପଡ଼ା:ଆଗରପଡ଼ା-ଭଦ୍ରକକୁ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ବସ ସମେତ ଭୁବନେଶ୍ୱର ଓ କଟକ ଆଦି ସ୍ଥାନକୁ ଯାଉଥିବା ବସ ଚଳାଚଳ ଶୁକ୍ରବାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯଦ୍ୱାରା ଯାତ୍ରୀମାନେ ନାହିଁ ନଥିବା ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ସ୍ଥାନୀୟ ଡ଼ାଏଟ ଛକ ଠାରେ ଥିବା ଅସ୍ଥାୟୀ ନୂଆ ବସଷ୍ଟାଣ୍ଡକୁ ଗତ ୪ଦିନ ହେଲା ଯାତ୍ରୀମାନଙ୍କ ଅନୁରୋଧ କ୍ରମେ ବସଗୁଡ଼ିକ ଚଳାଚଳ କରୁଥିଲା ।

ପୁର୍ବରୁ ବସଗୁଡ଼ିକ କଲେଜ ଛକ ଓ ମହତାବ ଛକରୁ ଫେରୁଥିଲା । ସୂଚନା ଅନୁଯାୟୀ ବର୍ତ୍ତମାନ ସରକାର ବସଚଳାଚଳରେ ସମୟ ସ୍ଥିର କରିଥିବାରୁ ଏବଂ ଆଗରପଡ଼ା-ବରପଦା ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ବସଗୁଡ଼ିକ ଷ୍ଟାଣ୍ଡକୁ ଯାଇ ଫେରିବା ବେଳକୁ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ କରିଯାଉଛି । ତେଣୁ ଅସ୍ଥାୟୀ ନୂଆ ବସଷ୍ଟାଣ୍ଡକୁ ବସ ଯିବା ସମ୍ଭବପର ହେଉନଥିବାରୁ ଏହାର ସମାଧାନ ସ୍ୱରୂପ ବସ ଚଳାଚଳ ଶୁକ୍ରବାର ସମ୍ପୂର୍ଣ୍ଣ ବନ୍ଦ ରହିଛି । କେବେ ବସ ଚଳାଚଳ କରିବ ଏହାର କିଛି ସୂଚନା ମିଳି ନାହିଁ ।