ନିଶ୍ଚିନ୍ତକୋଇଲି :ନତକାଇ ପଞ୍ଚାୟତ ବାଣୀନଗର ଠାରେ ଥିବା ବଲ୍ଲଭୀଦେବୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ)ର ଏକ ୭ଦିନିଆ ସ୍ୱତନ୍ତ୍ର ଶୀତକାଳୀନ ଶିବିର ଉଦଘାଟିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ଡ଼ଃ. ପୁଷ୍ପିତା ଜେନାଙ୍କ ସଭାପତିତ୍ୱରେ ଏଥିରେ ମୁଖ୍ୟଅତିଥି ଭାବେ ଜପକୁଦ ମହିଳା ମହାବିଦ୍ୟାଳୟର ଅଧ୍ୟାପିକ ପ୍ରତିଭା ଶତପଥୀ , ମୁଖ୍ୟବକ୍ତା ଭାବେ ମାହାଙ୍ଗା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଇତିଶ୍ରୀ ସାମଲ ଯୋଗ ଦେଇ ଜାତୀୟ ସେବା ଯୋଜନାର ଲକ୍ଷ୍ୟ, ଛାତ୍ର ଜୀବନ ଗଠନରେ ଏହାର ଭୂମିକା, ସମାଜ ଗଠନରେ ସ୍ୱେଚ୍ଛାସେବୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡ଼ଃ.ଜୟନ୍ତୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଶୁଭଶ୍ରୀ ନାୟକ ,ପ୍ରଭାବତୀ ରାଉତ,ସଙ୍ଗୀତା ଦାସ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ୫୦ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଜନ ସଚେତନତା ସୃଷ୍ଟି କରୁଛନ୍ତି ।