Chakhu Parikshya Sibira

ଚକ୍ଷୁ ପରୀକ୍ଷା ଏବଂ ମାଗଣା ଚଷମା ପ୍ରଦାନ

State

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚକ୍ଷୁ ପରୀକ୍ଷା ସହିତ ମାଗଣା ଚଷମା ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ରାଜଶ୍ରୀ ପ୍ରଧାନଙ୍କ ସଂଯୋଜନାରେ ଏହି ଶିବିରରେ ଦୁଇଶହରୁ ଉର୍ଦ୍ଧ୍ୱ ଚକ୍ଷୁ ରୋଗୀ ଯୋଗ ଦେଇ ସେମାନଙ୍କର ଆଖି ପରୀକ୍ଷା କରିଥିଲେ । ଚକ୍ଷୁ ଚିକିତ୍ସକ କାହ୍ନୁଚରଣ ମଲିକ ଚକ୍ଷୁ ପରୀକ୍ଷା କରିବା ସହିତ ବୟସ ଅନୁପାତରେ ୧୨୦ଜଣଙ୍କୁ ଚଷମା ପ୍ରଦାନ କରିଥିଲେ । ଏହି ଶିବିରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମନିଷା ଭୂୟାଁ,ସ୍ୱାସ୍ଥ୍ୟ କର୍ମୀ ତଡ଼ିତ କୁମାର ମଲିକ, ପଞ୍ଚାନନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।