Img 20240224 Wa0271

ବାର୍ଷିକ ଉତ୍ସବ ‘ ମୟୂରୀ ‘ – ୨୦୨୪ ଅନୁଷ୍ଠିତ

State

ବାରିପଦା: କୁଳିଅଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଉଟୁଣୀମାରୀ ପରିସରରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ନୁପ୍ରିୟା ପାତ୍ରଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ସରପଞ୍ଚ ରମେଶ ଚନ୍ଦ୍ର ହାଁସଦା, ମୁଖବକ୍ତା ଭାବେ ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତି ହରେକୃଷ୍ଣ ବାରିକ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପିତାମ୍ବର ବାରିକ, ସି ଆର ସି ସି ଶ୍ୟାମଲ ମହାନ୍ତି ଶିକ୍ଷୟତ୍ରୀ ଅନିତା ଶିଖର ଓ ଶିକ୍ଷକ ଲିଙ୍ଗରାଜ ଭୂୟାଁ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଭାବେ ୭ମ ଶ୍ରେଣୀର ଖୁରୀ ମାର୍ଣ୍ଡି ପୁରସ୍କୃତ ହୋଇଥିଲେ I ଶିକ୍ଷୟତ୍ରୀ ମୌସୁମୀ ସାହୁ ଓ ସାଗରୀକା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିବା ବେଳେ ରାଜେଶ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ କୁନିକୁନି ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I